୨୦୪୦ ସୁଦ୍ଧା ଦିଲ୍ଲୀର ପ୍ରଦୂଷଣ ୨୦% କମିବ! ବିଳମ୍ବ ହେଲେ ବଢ଼ିବ ବିପଦ

Sep 8, 2026 - 12:02
 0  1
୨୦୪୦ ସୁଦ୍ଧା ଦିଲ୍ଲୀର ପ୍ରଦୂଷଣ ୨୦% କମିବ! ବିଳମ୍ବ ହେଲେ ବଢ଼ିବ ବିପଦ

ଦିଲ୍ଲୀର ବାୟୁ ପ୍ରଦୂଷଣକୁ ନେଇ ବଡ଼ ଖବର। ସମୟରେ ପଦକ୍ଷେପ ନିଆଗଲେ ୨୦୪୦ ସୁଦ୍ଧା ରାଜଧାନୀ ଦିଲ୍ଲୀରେ PM2.5 ପ୍ରଦୂଷଣର ଭାର ୨୦ ପ୍ରତିଶତ ପର୍ଯ୍ୟନ୍ତ କମିପାରିବ ।

କିନ୍ତୁ ପ୍ରଦୂଷଣ ନିୟନ୍ତ୍ରଣ ନୀତି ଲାଗୁ କରିବାରେ ବିଳମ୍ବ ହେଲେ ଏହି ଲାଭ ଅଧାରୁ ବି କମିଯାଇପାରେ । 

ଦିଲ୍ଲୀର ବାୟୁ ପ୍ରଦୂଷଣକୁ ନେଇ ବଡ଼ ଖବର। ସମୟରେ ପଦକ୍ଷେପ ନିଆଗଲେ ୨୦୪୦ ସୁଦ୍ଧା ରାଜଧାନୀ ଦିଲ୍ଲୀରେ PM2.5 ପ୍ରଦୂଷଣର ଭାର ୨୦ ପ୍ରତିଶତ ପର୍ଯ୍ୟନ୍ତ କମିପାରିବ । କିନ୍ତୁ ପ୍ରଦୂଷଣ ନିୟନ୍ତ୍ରଣ ନୀତି ଲାଗୁ କରିବାରେ ବିଳମ୍ବ ହେଲେ ଏହି ଲାଭ ଅଧାରୁ ବି କମିଯାଇପାରେ । ଏନେଇ ଚେତାବନୀ ଦେଇଛି ଜାତିସଂଘ ପରିବେଶ କାର୍ଯ୍ୟକ୍ରମ, ଅର୍ଥାତ୍ UNEPର ଏକ ରିପୋର୍ଟ । ତେବେ ପ୍ରଥମେ ଜାଣିବା PM2.5 କ’ଣ? ବାୟୁରେ ଥିବା ଅତି ସୂକ୍ଷ୍ମ ପ୍ରଦୂଷଣକାରୀ କଣିକାକୁ PM2.5 କୁହାଯାଏ । 

ଏହି କଣିକା ନିଶ୍ୱାସ ସହ ଶରୀର ଭିତରକୁ ପ୍ରବେଶ କରି ସ୍ୱାସ୍ଥ୍ୟ ଉପରେ ଗମ୍ଭୀର ପ୍ରଭାବ ପକାଇପାରେ । UNEP ଏବଂ Climate and Clean Air Coalition ପକ୍ଷରୁ ପ୍ରକାଶିତ ‘Hidden Assets’ ରିପୋର୍ଟରେ କୁହାଯାଇଛି, ଦିଲ୍ଲୀ ଯଦି ୨୦୨୬ରୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଜାତୀୟ ବାୟୁ ଗୁଣବତ୍ତା ମାନଦଣ୍ଡ ହାସଲ କରିପାରେ, ତେବେ ୨୦୪୦ ସୁଦ୍ଧା PM2.5 ସଂସ୍ପର୍ଶଜନିତ ସ୍ୱାସ୍ଥ୍ୟ ସମସ୍ୟାର ଭାର ୨୦ ପ୍ରତିଶତ କମିପାରେ ।

କିନ୍ତୁ ଏହି ନିୟମ ଲାଗୁ କରିବାରେ ଯଦି ପ୍ରାୟ ୮ ବର୍ଷ ବିଳମ୍ବ ହୁଏ, ତେବେ ପ୍ରଦୂଷଣ ହ୍ରାସ ମାତ୍ର ୧୦ ପ୍ରତିଶତରେ ସୀମିତ ରହିପାରେ । ଅର୍ଥାତ୍ ବିଳମ୍ବ ଯେତେ ବଢ଼ିବ, ଲୋକଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ସେତେ ଅଧିକ ହେବ । କେବଳ ଦିଲ୍ଲୀ ନୁହେଁ, ବିଶ୍ୱସ୍ତରରେ ମଧ୍ୟ ସ୍ୱଚ୍ଛ ବାୟୁ ଓ ଜଳବାୟୁ ପଦକ୍ଷେପକୁ ଗୁରୁତ୍ୱ ଦେବାକୁ ରିପୋର୍ଟରେ କୁହାଯାଇଛି। ଅକ୍ଷୟ ଶକ୍ତି, ଶକ୍ତି ଦକ୍ଷତା, ସ୍ୱଚ୍ଛ ରୋଷେଇ ବ୍ୟବସ୍ଥା ଏବଂ ଯାନବାହାନର ଧୂଆଁ ଉପରେ କଡ଼ା ନିୟନ୍ତ୍ରଣ ଭଳି ୨୫ଟି ପଦକ୍ଷେପ ସୁପାରିସ କରାଯାଇଛି ।

ରିପୋର୍ଟ ଅନୁସାରେ, ଏହି ପଦକ୍ଷେପଗୁଡ଼ିକ ସମୟରେ ଲାଗୁ ହେଲେ ୨୦୩୫ ସୁଦ୍ଧା ବିଶ୍ୱ GDPର ୨.୮ ପ୍ରତିଶତ ଏବଂ ୨୦୫୦ ସୁଦ୍ଧା ୪.୫ ପ୍ରତିଶତ ପର୍ଯ୍ୟନ୍ତ ବାର୍ଷିକ ଆର୍ଥିକ ଲାଭ ହୋଇପାରେ । ଅନ୍ୟପଟେ, ପ୍ରତିବର୍ଷ ବିଳମ୍ବ ହେଲେ ବିଶ୍ୱ ଅର୍ଥନୀତିକୁ ୦.୫ ପ୍ରତିଶତରୁ ଅଧିକ କ୍ଷତି ହୋଇପାରେ, ଯାହା ପ୍ରାୟ ୧.୫ ଟ୍ରିଲିୟନ୍ ଡଲାର ସହ ସମାନ । ତେଣୁ ରିପୋର୍ଟର ବାର୍ତ୍ତା ସ୍ପଷ୍ଟ—ପ୍ରଦୂଷଣ ନିୟନ୍ତ୍ରଣରେ ବିଳମ୍ବ କେବଳ ସ୍ୱାସ୍ଥ୍ୟ ନୁହେଁ, ଅର୍ଥନୀତି ପାଇଁ ମଧ୍ୟ ବଡ଼ ମୂଲ୍ୟ ଦାବି କରିପାରେ ।

What's Your Reaction?

like

dislike

love

funny

angry

sad

wow