୫ଟି ଚାଲାଣ ବାକି ଥିଲେ ସାବଧାନ! ଲାଇସେନ୍ସ ହେବ ରଦ୍ଦ, ଗାଡ଼ି ହେବ ବ୍ଲାକ୍ଲିଷ୍ଟ!
ରାସ୍ତାରେ ଗାଡ଼ି ନେଇ ବୁଲୁଛନ୍ତି, ଟ୍ରାଫିକ୍ ନିୟମ ଭାଙ୍ଗୁଛନ୍ତି... ଆଉ ଭାବୁଛନ୍ତି ଚାଲାଣ କାଟିଲେ କ'ଣ ହେଲା, ପରେ ଦେଖିବା! ଯଦି ଆପଣ ବି ଏମିତି ଭାବୁଛନ୍ତି, ତାହା ହେଲେ ସାବଧାନ ହୋଇଯାଆନ୍ତୁ। କାରଣ ଏଣିକି ଟ୍ରାଫିକ୍ ନିୟମ ଭାଙ୍ଗିବା ଆଉ ଚାଲାଣ ନଭରିବା ମହଙ୍ଗା ପଡ଼ିପାରେ।
ରାସ୍ତାରେ ଗାଡ଼ି ନେଇ ବୁଲୁଛନ୍ତି, ଟ୍ରାଫିକ୍ ନିୟମ ଭାଙ୍ଗୁଛନ୍ତି... ଆଉ ଭାବୁଛନ୍ତି ଚାଲାଣ କାଟିଲେ କ'ଣ ହେଲା, ପରେ ଦେଖିବା! ଯଦି ଆପଣ ବି ଏମିତି ଭାବୁଛନ୍ତି, ତାହା ହେଲେ ସାବଧାନ ହୋଇଯାଆନ୍ତୁ। କାରଣ ଏଣିକି ଟ୍ରାଫିକ୍ ନିୟମ ଭାଙ୍ଗିବା ଆଉ ଚାଲାଣ ନଭରିବା ମହଙ୍ଗା ପଡ଼ିପାରେ। ଗାଡ଼ି ଚଳାଇବାର ଅଧିକାର ହିଁ ହରାଇପାରନ୍ତି ଆପଣ। ଗୋଟିଏ କି ଦୁଇଟି ନୁହେଁ, ୫ଟି କିମ୍ବା ତା'ଠାରୁ ଅଧିକ ଚାଲାଣ ବାକି ଥିଲେ ରଦ୍ଦ ହୋଇପାରେ ଆପଣଙ୍କ ଡ୍ରାଇଭିଂ ଲାଇସେନ୍ସ। ଏମିତି କି ଗାଡ଼ିକୁ ବ୍ଲାକ୍ଲିଷ୍ଟ କରିବାକୁ ବି ହୋଇଛି ପ୍ରସ୍ତୁତି। ଟ୍ରାଫିକ୍ ନିୟମକୁ ଫୁ କରୁଥିବା ଚାଳକଙ୍କ ପାଇଁ ଏବେ କଡ଼ା ଆକ୍ସନ୍ ମୁଡ୍ରେ ପୋଲିସ। ବିହାରର ପାଟନାରେ ଆରମ୍ଭ ହୋଇଛି ଏଭଳି ଏକ ବଡ଼ ଅଭିଯାନ। ବାରମ୍ବାର ଟ୍ରାଫିକ୍ ନିୟମ ଉଲ୍ଲଂଘନ କରିବା ସହ ଇ-ଚାଲାଣ ନଭରୁଥିବା ଗାଡ଼ି ଚାଳକଙ୍କୁ ଚିହ୍ନଟ କରିଛି ଟ୍ରାଫିକ୍ ପୋଲିସ। ରିପୋର୍ଟ ଅନୁସାରେ, ଅକ୍ଟୋବର ୨୦୨୬ ସୁଦ୍ଧା ଏଭଳି ୪୯୩ ଜଣ ଗାଡ଼ି ଚାଳକଙ୍କୁ ଚିହ୍ନଟ କରାଯାଇଛି। ଏମାନଙ୍କ ନାଁରେ ୫ କିମ୍ବା ତା'ଠାରୁ ଅଧିକ ଚାଲାଣ ବାକି ରହିଛି। ଆଶ୍ଚର୍ଯ୍ୟର କଥା ହେଉଛି, ଏମାନେ ଏଯାଏଁ ଗୋଟିଏ ବି ଜରିମାନା ଭରିନାହାନ୍ତି।
ଏଭଳି ଅଭ୍ୟାସଗତ ନିୟମ ଉଲ୍ଲଂଘନକାରୀଙ୍କ ଲାଇସେନ୍ସ ରଦ୍ଦ କରିବାକୁ ଜିଲ୍ଲା ପରିବହନ ଅଧିକାରୀ ବା ଡିଟିଓଙ୍କୁ ପ୍ରସ୍ତାବ ପଠାଇଛି ଟ୍ରାଫିକ୍ ପୋଲିସ। ତେବେ ଏଯାଏଁ ଲାଇସେନ୍ସ ରଦ୍ଦ ହୋଇନାହିଁ। ପରିବହନ ବିଭାଗ ସମସ୍ତ ତଥ୍ୟ ଯାଞ୍ଚ କରିବା ପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବ। ତେବେ ଆପଣଙ୍କ ଗାଡ଼ି ନାଁରେ କେତେ ଚାଲାଣ ବାକି ଅଛି, ତାହା ଜାଣିବେ କେମିତି? ଏଥିପାଇଁ ଆଉ ଅଫିସ୍ ଦୌଡ଼ିବାକୁ ପଡ଼ିବନି। ଘରେ ବସି ମୋବାଇଲ୍ରେ ହିଁ ଚେକ୍ କରିପାରିବେ। ପ୍ରଥମେ ଇ-ଚାଲାଣର ଅଫିସିଆଲ୍ ୱେବସାଇଟ୍କୁ ଯାଆନ୍ତୁ। ସେଠାରେ 'ଚେକ୍ ଚାଲାଣ ଷ୍ଟାଟସ୍' ଅପ୍ସନ୍ରେ କ୍ଲିକ୍ କରନ୍ତୁ। ଏହାପରେ ଗାଡ଼ି ନମ୍ବର, ଚାଲାଣ ନମ୍ବର କିମ୍ବା ଡ୍ରାଇଭିଂ ଲାଇସେନ୍ସ ନମ୍ବର ଦେଇ ଡିଟେଲ୍ସ ଚେକ୍ କରିପାରିବେ। ସେହିପରି ଭୁଲ୍ରେ ଚାଲାଣ କଟିଥିଲେ ମଧ୍ୟ ଚିନ୍ତା କରିବାର ନାହିଁ। ଚାଲାଣର ଫଟୋ ଓ ନିୟମ ଉଲ୍ଲଂଘନ ସମ୍ପର୍କିତ ତଥ୍ୟ ଯାଞ୍ଚ କରନ୍ତୁ। ଭୁଲ୍ ଥିଲେ ଇ-ଚାଲାଣ ପୋର୍ଟାଲ୍ରେ ଥିବା ଗ୍ରିଭାନ୍ସ ଅପ୍ସନ୍ରେ ଅଭିଯୋଗ କରିପାରିବେ। ଏଥିସହ ଆବଶ୍ୟକ ପ୍ରମାଣ ମଧ୍ୟ ଦାଖଲ କରିପାରିବେ। ତେଣୁ ରାସ୍ତାରେ ଗାଡ଼ି ଚଳାଇବା ବେଳେ ନିୟମ ମାନନ୍ତୁ। ହେଲମେଟ୍ ପିନ୍ଧନ୍ତୁ, ସିଟ୍ ବେଲ୍ଟ ବାନ୍ଧନ୍ତୁ ଏବଂ ଟ୍ରାଫିକ୍ ନିୟମ ପାଳନ କରନ୍ତୁ। କାରଣ ଚାଲାଣ କାଟିବା ପରେ ତାକୁ ଅଣଦେଖା କରିବାର ଫଳ କେତେ ଭୟଙ୍କର ହୋଇପାରେ, ତାହା ପାଟନା ପୋଲିସର ଏହି ପଦକ୍ଷେପରୁ ସ୍ପଷ୍ଟ।
What's Your Reaction?