୯/୧୧ ଆକ୍ରମଣ ପୂର୍ବରୁ ଲାଡେନର ହିଟ୍ ଲିଷ୍ଟରେ ଥିଲା ଭାରତ : ୨୫ ବର୍ଷ ପରେ ଗୁପ୍ତ ଗୁଇନ୍ଦା ରିପୋର୍ଟ ପ୍ରକାଶ

Sep 13, 2026 - 11:25
 0  1
୯/୧୧ ଆକ୍ରମଣ ପୂର୍ବରୁ ଲାଡେନର ହିଟ୍ ଲିଷ୍ଟରେ ଥିଲା ଭାରତ : ୨୫ ବର୍ଷ ପରେ ଗୁପ୍ତ ଗୁଇନ୍ଦା ରିପୋର୍ଟ ପ୍ରକାଶ

୯/୧୧ ଆକ୍ରମଣର ୨୫ତମ ବାର୍ଷିକୀରେ, ଆମେରିକୀୟ ଗୁଇନ୍ଦା ସଂସ୍ଥା ସିଆଇଏ ଦ୍ୱାରା ପ୍ରକାଶିତ ୭୦ ରୁ ଅଧିକ ଗୋପନୀୟ ତଥ୍ୟ ବିଶ୍ୱ ସୁରକ୍ଷା ଇତିହାସର ଏକ ଭୟଙ୍କର ଅଧ୍ୟାୟକୁ ପ୍ରକାଶ କରିଛି । 

୯/୧୧ ଆକ୍ରମଣର ୨୫ତମ ବାର୍ଷିକୀରେ, ଆମେରିକୀୟ ଗୁଇନ୍ଦା ସଂସ୍ଥା ସିଆଇଏ ଦ୍ୱାରା ପ୍ରକାଶିତ ୭୦ ରୁ ଅଧିକ ଗୋପନୀୟ ତଥ୍ୟ ବିଶ୍ୱ ସୁରକ୍ଷା ଇତିହାସର ଏକ ଭୟଙ୍କର ଅଧ୍ୟାୟକୁ ପ୍ରକାଶ କରିଛି । ସାମଗ୍ରିକ ଭାବରେ ଏହି ପ୍ରକାଶିତ ତଥ୍ୟ କେବଳ ଆମେରିକା-କେନ୍ଦ୍ରିକ ନୁହେଁ। ପ୍ରକାଶିତ ତଥ୍ୟରୁ ଜଣାପଡ଼ିଛି ଅଲ୍ କାଇଦା ମୁଖ୍ୟ ଓସାମା ବିନ୍ ଲାଡେନ ଆମେରିକା ପୂର୍ବରୁ ଭାରତ ଉପରେ ଆକ୍ରମଣ କରିବାକୁ ଚାହୁଁଥିଲା। ଏନେଇ ଷଡଯନ୍ତ୍ର ମଧ୍ୟ ରଚିଥିଲା।ପ୍ରକାଶିତ ତଥ୍ୟରେ ୨୮ ଅଗଷ୍ଟ ୧୯୯୮ରେ ଏକ ଗୁପ୍ତଚର ମେମୋ ଅନ୍ତର୍ଭୁକ୍ତ ରହିଛି।

 ଏହାର ଶୀର୍ଷକ ‘ବିନ୍ ଲାଡେନଙ୍କ ଆତଙ୍କବାଦୀ ନେଟୱାର୍କ ଉପରେ ଏକ ବିପଦ ରହିଛି’। ଏହି ମେମୋ ଅନୁସାରେ, ଓସାମା ବିନ୍ ଲାଡେନ ଅନେକ ଦେଶରେ ବଡ଼ ଆକ୍ରମଣ ଯୋଜନା କରୁଥିଲା। ଡକ୍ୟୁମେଣ୍ଟରେ ଥିବା ଦେଶଗୁଡ଼ିକର ନାମ ମଧ୍ୟରେ ଭାରତ, ପାକିସ୍ତାନ, ମିଶର, କୁଏତ, ସାଉଦି ଆରବ, ୟେମେନ, ଉଗାଣ୍ଡା ଏବଂ ନାଇଜେରିଆ ଅନ୍ତର୍ଭୁକ୍ତ ରହିଛି। ତେବେ ଡକ୍ୟୁମେଣ୍ଟରେ ଭାରତ ସମ୍ପର୍କରେ କୌଣସି ନିର୍ଦ୍ଦିଷ୍ଟ ଲକ୍ଷ୍ୟ, ଆକ୍ରମଣ ତାରିଖ କିମ୍ବା ଯୋଜନା ସମ୍ପର୍କରେ ଉଲ୍ଲେଖ କରାଯାଇ ନାହିଁ। ଏହି ସୂଚନାର ଉତ୍ସକୁ ଗୁପ୍ତ ରଖାଯାଇଥିଲା।

ଏହି ଡକ୍ୟୁମେଣ୍ଟ ଦର୍ଶାଉଛି ଯେ, ଲାଡେନ ୨୦୦୧ ମସିହାରେ ଆମେରିକା ଉପରେ ୯/୧୧ ଆକ୍ରମଣର ବହୁ ପୂର୍ବରୁ ପାଶ୍ଚାତ୍ୟ ଦେଶମାନଙ୍କ ବିରୋଧରେ ଷଡ଼ଯନ୍ତ୍ର ରଚିଥିଲେ। ମେମୋ ଅନୁଯାୟୀ, ଆଫଗାନିସ୍ତାନରେ ଆମେରିକାର କ୍ଷେପଣାସ୍ତ୍ର ଆକ୍ରମଣର କିଛି ଘଣ୍ଟା ପୂର୍ବରୁ ବିନ୍ ଲାଡେନ୍ ଆମେରିକା ଏବଂ ବ୍ରିଟେନ ଉପରେ ନୂତନ ଆକ୍ରମଣ ଯୋଜନା କରୁଥିଲା। ଗୁଇନ୍ଦା ରିପୋର୍ଟରେ ଏହା ମଧ୍ୟ ଚେତାବନୀ ଦିଆଯାଇଛି ଯେ, ବିନ୍ ଲାଡେନ୍ ବିଶ୍ୱର ଅତି କମରେ ୬୦ଟି ଦେଶରେ ତାଙ୍କ ନେଟୱାର୍କ ଏବଂ ସହଯୋଗୀ ଗୋଷ୍ଠୀ ମାଧ୍ୟମରେ ଆକ୍ରମଣ କରିପାରନ୍ତି।

ସିଆଇଏ ଦ୍ୱାରା ପ୍ରକାଶିତ ଏହି ତଥ୍ୟଗୁଡ଼ିକ ୧୯୯୮ ଏବଂ ୨୦୦୧ ମସିହାର। ଏହି ରିପୋର୍ଟଗୁଡ଼ିକ ସୂଚାଇ ଦେଉଛି ଯେ, ଆମେରିକୀୟ ଗୁଇନ୍ଦା ସଂସ୍ଥା ଉଭୟ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ ଏବଂ ଜର୍ଜ ଡବ୍ଲୁ ବୁଶଙ୍କୁ ବାରମ୍ବାର ଚେତାବନୀ ଦେଇଥିଲା। ଦେଶ ଏକ ଗୁରୁତ୍ୱପୂର୍ଣ୍ଣ ଆତଙ୍କବାଦୀ ବିପଦର ସମ୍ମୁଖୀନ ହେବାକୁ ଯାଉଛି ବୋଲି ଉଲ୍ଲେଖ କରାଯାଇଥିଲା। ସିଆଇଏ କହିଛି ଯେ, ଏହି ତଥ୍ୟଗୁଡ଼ିକୁ ଗୋପନ ନରଖି ସାର୍ବଜନୀନ କରିବାର ଉଦ୍ଦେଶ୍ୟ ହେଉଛି ଇତିହାସର ଏହି ସମ୍ବେଦନଶୀଳ ସମୟ ସମ୍ପର୍କରେ ଜନସାଧାରଣଙ୍କ ନିକଟରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ବଜାୟ ରଖିବା।

୧୧ ସେପ୍ଟେମ୍ବର ୨୦୦୧ରେ ୧୯ ଜଣ ଅଲ୍-କାଏଦା ଆତଙ୍କବାଦୀ ଚାରୋଟି ବାଣିଜ୍ୟିକ ବିମାନକୁ ଅପହରଣ କରିଥିଲେ। ଏହି ବିମାନଗୁଡ଼ିକ ମଧ୍ୟରୁ ଦୁଇଟି ନ୍ୟୁୟର୍କର ବିଶ୍ୱ ବାଣିଜ୍ୟ କେନ୍ଦ୍ରରେ ଧକ୍କା କରାଇଥିଲେ, ଯାହା ଫଳରେ ଉଭୟ କୋଠା ଭୁଶୁଡ଼ି ପଡ଼ିଥିଲା। ତୃତୀୟ ବିମାନଟି ଭର୍ଜିନିଆରେ ଥିବା ଆମେରିକା ପ୍ରତିରକ୍ଷା ବିଭାଗର ମୁଖ୍ୟାଳୟ ପେଣ୍ଟାଗନକୁ ଧକ୍କା ଦେଇଥିଲା। ଚତୁର୍ଥ ବିମାନଟି, ଯାହା ହ୍ୱାଇଟ୍ ହାଉସ୍ କିମ୍ବା ଆମେରିକୀୟ ସଂସଦକୁ ଟାର୍ଗେଟ କରିବାକୁ ଯାଉଥିଲା, ତେବେ ଯାତ୍ରୀମାନଙ୍କ ସାହସିକତା ଯୋଗୁଁ ପେନସିଲଭାନିଆର ଏକ କ୍ଷେତରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। 

What's Your Reaction?

like

dislike

love

funny

angry

sad

wow