୯୫ ବର୍ଷ ବୟସରେ ଦେବ ଦଳନ ରଥର ମୁଖ୍ୟ ବିଶ୍ୱକର୍ମାଙ୍କ ପରଲୋକ
ଦେବ ଦଳନ ରଥର ମୁଖ୍ୟ ବିଶ୍ୱକର୍ମା କୃଷ୍ଣ ମହାରଣାଙ୍କ ୯୫ ବର୍ଷ ବୟସରେ ପରଲୋକ । ନିଜ ମାର୍କଣ୍ଡଶ୍ୱର ସାହି ବାସଭବନରେ ଆଜି ସକାଳ ପ୍ରାୟ ୬ଟା ସମୟରେ ହୋଇଛି ପରଲୋକ । ସେ ମହାପ୍ରଭୁଙ୍କର ୪ଟି ନବକଳେବର ଓ ୫୦ରୁ ଅଧିକ ରଥ କରିଥିଲେ ନିର୍ମାଣ । ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ମୁଖ୍ୟ ବିଶ୍ୱକର୍ମା ଓ ତିନିରଥର ମୁଖ୍ୟ ତତ୍ତ୍ୱାବଧାରକ ଭାବେ ଅନେକ ବର୍ଷ ତୁଲାଇଥିଲେ ଦାୟିତ୍ୱ । ସେ ରଥ ନିର୍ମାଣ ବିଶ୍ୱକର୍ମାଙ୍କ ମଧ୍ୟରେ ରହିଥିଲେ ସବୁଠୁ ବୟସ୍କ ଓ ଅଭିଜ୍ଞ । ସେପଟେ ବାର୍ଦ୍ଧକ୍ୟ ସତ୍ତ୍ୱେ କୋଭିଡ ସମୟରେ ରଥ ନିର୍ମାଣ ଓ ରଥଯାତ୍ରା ରେ ବି ତାଙ୍କ ଭୁମିକା ବେଶ୍ ପ୍ରଶଂସନୀୟ ଥିଲା।
What's Your Reaction?