ଆତଙ୍କୀଙ୍କୁ କଡ଼ା ଯବାବ ଦେଲେ ଯବାନ : ଅନୁ‌ପ୍ରବେଶ ଉଦ୍ୟମକୁ କଲେ ବିଫଳ

Jul 23, 2024 - 14:11
 0  1
ଆତଙ୍କୀଙ୍କୁ କଡ଼ା ଯବାବ ଦେଲେ ଯବାନ : ଅନୁ‌ପ୍ରବେଶ ଉଦ୍ୟମକୁ କଲେ ବିଫଳ

ନିୟନ୍ତ୍ରଣ ରେଖାରେ ‌ଆତଙ୍କବାଦୀଙ୍କୁ କଡ଼ା ଯବାବ ଦେଇଛନ୍ତି  ଯବାନ । ଜମ୍ମୁ କଶ୍ମୀର ପୁଂଛ ଜିଲ୍ଲାରେ ମଙ୍ଗଳବାର ସକାଳୁ ବଟ୍ଟଲ ସେକ୍ଟରରେ ଅନୁ‌ପ୍ରବେଶକାରୀଙ୍କୁ ଉଦ୍ୟମକୁ କରିଛନ୍ତି ବିଫଳ । ସୂଚନା ଅନୁସାରେ ସଶସ୍ତ୍ର ଆତଙ୍କବାଦୀଙ୍କ ଏକ ଗୋଷ୍ଠୀ କୃଷ୍ଣାଘଶଟୀ ବେଲ୍ଟର ବଟ୍ଟଲ ଅଗ୍ରୀମ କ୍ଷେତ୍ରରେ ପ୍ରବେଶ କରୁଥିଲେ। ଏହି ସମୟରେ ଆତଙ୍କବାଦୀଙ୍କ ଗୁଳିରେ ଜଣେ ଯବାନ ହୋଇଛନ୍ତି ଆହତ। ତାଙ୍କୁ ଅନ୍ୟ ଯବାନମାନେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଏହା ପରେ ବଟ୍ଟଲ ସେକ୍ଟରରେ ସର୍ଚ୍ଚଅପରେଶନକୁ ଅଧିକ ସକ୍ରିୟ କରିଦିଆଯାଇଛି।  

What's Your Reaction?

like

dislike

love

funny

angry

sad

wow