ରାଶିଫଳ

Jul 23, 2024 - 14:05
 0  2
ରାଶିଫଳ
ମେଷ

ଆଜିର ଚନ୍ଦ୍ରଙ୍କ ସମ୍ମୁଖ ଭାଗରେ ରବି ଓ ଶୁକ୍ର ଅବସ୍ଥାନ କରିଥିବାରୁ ମନ ଯାହା ଚାହୁଁଥିବ ତାହା ପାଇବାରେ ଅସମର୍ଥ ହେବେ। ଶନିଙ୍କ ଦୃଷ୍ଟି ପ୍ରଭାବରୁ କର୍ମକ୍ଷେତ୍ରରେ ସମସ୍ୟାଜନିତ ପ୍ରତିକୂଳ ପରିସ୍ଥିତିର ଚାପ କମିବ।
ବୃଷ

କେତେକ ସମସ୍ୟାକୁ କେନ୍ଦ୍ରକରି ମାନସିକ ଅସ୍ଥିରତା ଦେଖାଦେବ। ପଡୋଶୀଙ୍କ ସହ ସମ୍ପର୍କ ବୃଦ୍ଧି ପାଇଲେ ମଧ୍ୟ ପିଲାଙ୍କ ପଢାକୁ ନେଇ ମନ ଭାରାକ୍ରାନ୍ତ ରହିପାରେ। ସ୍ବାସ୍ଥ୍ୟ ଭଲ ରହିବା ସହ ମନୋରଞ୍ଜନ ପାଇଁ ମନ ବଳିବ।
ମିଥୁନ

ଶନି ନବମସ୍ଥ ହେତୁ ଭଲମନ୍ଦର ବିଚାର ନ କରି ଅନ୍ୟମାନଙ୍କ କଥାରେ ପଡି କାମ କରିପାରନ୍ତି। ପରିଣାମତଃ କିଛିଟା ସମସ୍ୟା ସାଙ୍ଗକୁ ଅଶାନ୍ତ ପରିସ୍ଥିତି ଉପୁଜିପାରେ। ସ୍ବାସ୍ଥ୍ୟରେ ଉନ୍ନତି, ଗୃହ, ବାଣିଜ୍ୟ, ବ୍ୟବସାୟ, ପରିବହନ ଦିଗରୁ ଅନୁକୂଳ ଫଳ ପାଇବେ। 
କର୍କଟ

। ପାରିବାରିକ ଅସ୍ଥିରତା, ଅର୍ଥାଭାବ, କାର୍ଯ୍ୟସିଦ୍ଧିରେ ବିଳମ୍ବ ଓ ମାନସିକ ଦ୍ୱନ୍ଦ୍ୱ ଭିତରେ ସମୟ କଟାଇବେ। ଶିଳ୍ପ, ବାଣିଜ୍ୟ, ଯୋଗାଣ କାରବାରରେ ଉନ୍ନତିର ଆଶା ରହିଛି। ସନ୍ତାନଙ୍କ ସ୍ବାସ୍ଥ୍ୟ ଓ ସ୍ବଭାବଜନିତ ବିଚଳିତ ହୋଇପାରନ୍ତି।
ସି˚ହ

ପରିବାରର ବୟସ୍କ ବ୍ୟକ୍ତିଙ୍କ ବିରୋଧ କାରଣରୁ ପ୍ରତ୍ୟେକ କାମରେ ଅନ୍ତର୍ଦ୍ୱନ୍ଦ୍ୱ ଲାଗି ରହିବ। ବ୍ୟୟାଧିପ ଧନଭାବସ୍ଥ ଯୋଗୁ ହାତ ଖାଲି ରହିବାରୁ ମନରେ ସରସତା ରହି ନ ପାରେ। ଆଜି ସଙ୍ଗୀତ, ଚଳଚ୍ଚିତ୍ର ତଥା ମନୋରଞ୍ଜନ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରିବେ।
କନ୍ୟା

ବୃହସ୍ପତିଙ୍କ ଦୃଷ୍ଟିର ସୁପ୍ରଭାବରୁ ଶିକ୍ଷା, ସନ୍ତାନ, ମନ୍ତ୍ରଣା, ପାରିବାରିକ ସୁଖ, ସୈାହାର୍ଦ୍ଦ୍ୟ ପାଇଁ ଦିନଟି ଭଲ। ଶାରୀରିକ ଅସୁସ୍ଥତା ମନଃସ୍ଥିତିକୁ ପ୍ରଭାବିତ କରିପାରେ। ବିଳମ୍ବିତ ସମୟରେ ଅଭିଳଷିତ ଜିନିଷଟି ପାଇଲେ ମଧ୍ୟ ମନରେ ପୂର୍ଣ୍ଣାନନ୍ଦ ଆସିବ ନାହିଁ। 
ତୁଳା

ପାରିବାରିକ ସମସ୍ୟା ଲାଗି ମନରେ ସରସତା ରହି ନ ପାରେ। ନିଜ ଲୋକମାନେ ଈର୍ଷା ପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେଇପାରନ୍ତି। ଆଜିର ପ୍ରତ୍ୟୁଷ ଯାତ୍ରା ଶୁଭପ୍ରଦ ହେବ।
ବିଛା

ପ୍ରତିଯୋଗିତା, ମାଲିମକଦ୍ଦମା, ଜମିଜମା କାରବାରରେ ସାମାନ୍ୟ ସଫଳତା ଯୋଗୁ ମନଖୁସି ରହିବ। ବନ୍ଧୁଙ୍କ ସାହଚର୍ଯ୍ୟରେ ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିବେ। ବ୍ୟବସାୟ ଆଗକୁ ବଢାଇବା ପାଇଁ ନୂତନ ପଦକ୍ଷେପ ଗ୍ରହଣ କରିପାରନ୍ତି।
ଧନୁ

ଅଜଣା ବନ୍ଧୁଙ୍କୁ ବିଚାର ବିନା ସରଳ ବିଶ୍ୱାସ କରି ହଇରାଣରେ ପଡ଼ିପାରନ୍ତି। ଅସୁସ୍ଥତା ଦୂର ସହ ମନୋବଳ ଫେରିପାଇବେ। କଳା, ସାହିତ୍ୟ, ସଙ୍ଗୀତ କ୍ଷେତ୍ରରେ ଭୁଲ୍‌ ବୁଝାମଣାଜନିତ ମନାନ୍ତରର ଆଶଙ୍କା ରହିଛି।
ମକର

ଆଜି ରାଶିରେ ଚନ୍ଦ୍ରଜନିତ କର୍ମାରମ୍ଭ, ଦୂରଯାତ୍ରାରେ ସଫଳତା ମିଳିବ। ଶିଳ୍ପ, ବାଣିଜ୍ୟ, ବିବାଦୀୟ ଘଟଣା, ନିର୍ମାଣ ଓ ପରିବହନରେ ସମସ୍ୟା ଦେଖାଦେଇପାରେ। ଅବହେଳା ଯୋଗୁ କେତେକ କାମ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟହୋଇପାରନ୍ତି। 
କୁମ୍ଭ

ବିକ୍ଷିପ୍ତ ଚିନ୍ତାଧାରା ସୁନିଦ୍ରାରେ ବ୍ୟାଘାତ ସୃଷ୍ଟି କରିପାରେ। ଶୁକ୍ରଙ୍କ ସୁପ୍ର୍ରଭାବଜନିତ ଗୃହ, ଯାନ, ଧାତୁ ଅଳଙ୍କାର ପାଇଁ ମନ ବଳାଇବେ। ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବା ସହ ଆର୍ଥିକ ସମସ୍ୟା, ଜମିଜମା ପାଇଁ ଚିନ୍ତିତ ରହିବେ।
ମୀନ

କଳା, ସାହିତ୍ୟ, ସଂସ୍କୃତି କ୍ଷେତ୍ରରେ ଶୁକ୍ରଙ୍କ ଶୁଭକାମନାରୁ ସଫଳତା ଅବଶ୍ୟମ୍ଭାବୀ। ପାରିବାରିକ ଜୀବନ ଗତାନୁଗତିକ ରୀତିରେ ଗଡ଼ିଚାଲିବ। ଆପଣଙ୍କ ଗୋପନକଥା ଅନ୍ତର୍ନିହିତ ଅତୃପ୍ତ ଚିନ୍ତାଧାରାକୁ ଉଜ୍ଜୀବିତ କରାଇ ସଙ୍କଟଜନକ ସ୍ଥିତି ଉପତ୍ନ କରିପାରେ।

What's Your Reaction?

like

dislike

love

funny

angry

sad

wow