ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ଭୟଙ୍କର ବନ୍ୟା ବିତ୍ପାତ
ଲଗାଣ ବର୍ଷାରେ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ଭୟଙ୍କର ବନ୍ୟା ବିତ୍ପାତ। ଶହ ଶହ ଗାଁ ଜଳବନ୍ଦୀ ହୋଇଥିବାବେଳେ ବହୁ ଧନଜୀବନ ହୋଇଛହି ନଷ୍ଟ। କେଉଁଠି ରାସ୍ତାଘାଟ ଧୋଇ ହୋଇଯାଇଛି ତ ଆଉ କେଉଁଠି ଟ୍ରେନ୍ ଲାଇନ୍ ରେ ପାଣି ପଶିଯାଇଛି। ଆନ୍ଧ୍ର ପ୍ରଦେଶର ବିଜୟଓ୍ବାଡା ଓ ଆନ୍ଧ୍ରପ୍ରଦେଶରେ ପରିସ୍ଥିତି ପୁରା ସଙ୍ଗୀନ୍ ହୋଇପଡିଛି। ବର୍ଷା ଯୋଗୁଁ ବିଜୟୱାଡା ଓ ଗୁଣ୍ଟୁର ଜିଲା ସବୁଠାରୁ ଅଧିକ ହୋଇଛି କ୍ଷତିଗ୍ରସ୍ତ। ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେଇଥିବାବେଳେ ରବିବାର ସକାଳେ ଏହା କଳିଙ୍ଗପଟ୍ଟନମଠାରେ ସ୍ଥଳଭାଗକୁ କରିଥିଲା ପ୍ରବେଶ। ବିଜୟୱାଡା ଜିଲାର ମୋଗଲରାଜାପୁରମ ନିକଟରେ ଭୂସ୍ଖଳନ ଘଟି ୫ ଜଣ ପ୍ରାଣ ହରାଇଥିବାବେଳେ ଚାରିଜଣ ହୋଇଛନ୍ତି ଆହତ । ଗୁଣ୍ଟୁର ଜିଲାରେ ଆଉ ୫ ଜଣଙ୍କର ମୃତ୍ୟୁ ଘଟିଛି। ପ୍ରବଳ ବର୍ଷା ଯୋଗୁଁ ସବୁ ପୋଖରୀ ଓ ହ୍ରଦର ଜଳସ୍ତର ବୃଦ୍ଧି ପାଇଛି। ଫଳରେ କ୍ରିଷ୍ଣା ଓ ଗୁଣ୍ଟୁର ଜିଲାର ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇପଡିଛି। ସହରର ଏକାଧିକ ରାସ୍ତାରେ ତିନି ଚାରିଫୁଟ ଉଚ୍ଚରେ ବର୍ଷାଜଳ ପ୍ରବାହିତ ହେଉଛି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ବୋଟ୍ ଯୋଗେ ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ସ୍ଥିତି କରିଛନ୍ତି ଅନୁଧ୍ୟାନ । ସେପଟେ ତେଲେଙ୍ଗାନାରେ ସବୁ ବେଶୀ କ୍ଷତିଗ୍ରସ୍ତ ହୋଇଛି ଖମାମ ଜିଲ୍ଲା। ୧୧୦ଟି ଗାଁ ବୁଡିଛି ଏବଂ ବିଭିନ୍ନ ସ୍ଥାନରେ ଉଦ୍ଧାର ଅପେକ୍ଷାରେ ରହିଛନ୍ତି ଶତାଧିକ ବିପନ୍ନ। ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି କରାଯାଇଛି ଘୋଷଣା। ଆଜି ଶ୍ରୀକାକୁଲମ, ବିଜୟନଗରମ, ପାର୍ବତୀପୁରମ, କାକିନାଡା, ଅନ୍କାପଲ୍ଲୀ, କୁର୍ଣ୍ଣୁଲ ଏବଂ ନାନ୍ଦ୍ୟାଲ ଜିଲାରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ ବୋଲି ଆଇଏମଡି ପକ୍ଷରୁ ଦିଆଯାଇଛି ଚେତାବନୀ । ଦୁଇ ରାଜ୍ୟରେ ଆଜି ସ୍କୁଲ ଛୁଟି କରାଯାଇଛି ଘୋଷଣା । ବନ୍ୟା ପାଣିରେ ରେଳ ଧାରଣା ବୁଡି ଯାଇଥିବାରୁ ୯୯ଟି ଟ୍ରେନକୁ କରାଯାଇଛି ବାତିଲ। ସେପଟେ ବନ୍ୟା ସ୍ଥିତିକୁ ନେଇ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସ୍ଥିତି ସମ୍ପର୍କରେ ଅବଗତ ହେବା ସହ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବାକୁ ଦେଇଛନ୍ତି ପ୍ରତିଶ୍ରୁତି ।
What's Your Reaction?