ପୁଣି ଗୋଟିଏ ଦିନରେ ହୋଇଛି ଦୁଇଟି ହାତୀ ଛୁଆଙ୍କର ମୃତ୍ୟୁ

Sep 2, 2024 - 11:05
 0  3
ପୁଣି ଗୋଟିଏ ଦିନରେ ହୋଇଛି ଦୁଇଟି ହାତୀ ଛୁଆଙ୍କର ମୃତ୍ୟୁ

ରାଜ୍ୟର ବିଭିନ୍ନ ସ୍ଥାନରେ ହେଉଛି ହାତୀ ମୃତ୍ୟୁ। ପୁଣି ଗୋଟିଏ ଦିନରେ ହୋଇଛି ଦୁଇ ଦୁଇଟି ହାତୀ ଛୁଆଙ୍କର ମୃତ୍ୟୁ। ଚନ୍ଦକା ଗୋଡ଼ିବାରିରେ ଅସୁସ୍ଥ ହାତୀ ଛୁଆର ମୃତ୍ୟୁ ହୋଇଥିବାବେଳେ ଶିମିଳିପାଳରେ ଆଉ ଏକ ହାତୀ ଛୁଆର ହୋଇଛି ମୃତ୍ୟୁ।ଚନ୍ଦକା ଗୋଡ଼ିବାରିରେ ଚିକିତ୍ସାଧୀନ ଅବସ୍ଥାରେ ୩ବର୍ଷର ହାତୀ ଛୁଆର ହୋଇଛି ମୃତ୍ୟୁ। ହାତୀ ଛୁଆଟି ବଲାଙ୍ଗିର ଜିଲ୍ଲା ଦେଓଗାଁରୁ ଆସିଥିଲା ଚନ୍ଦକାକୁ । କିଛି ଦିନ ତଳେ ଅସୁସ୍ଥ ହେବାରୁ ଚନ୍ଦକା-ଡମପଡ଼ା ଅଭୟାରଣ୍ୟର ଗୋଡ଼ିବାରି ହାତୀ ପ୍ରଶିକ୍ଷଣ କେନ୍ଦ୍ର ନିକଟରେ ତାର କରାଯାଉଥିଲା ଚିକିତ୍ସା। ତାର ପାଟିରେ ଘାଆ ହୋଇଥିବାରୁ ସେ କିଛି ଖାଇ ପିଇ ପାରୁ ନ ଥିଲା । ସପ୍ତାହେ ହେବ ତାର ଚିକିତ୍ସା କରୁଥିଲେ ନନ୍ଦନକାନନ ଓ ଓୟୁଏଟିର ସ୍ୱତନ୍ତ୍ର ଟିମ୍ । ଆଜି ତାର ଶବ ବ୍ୟବଚ୍ଛେଦ କରାଯିବ ବୋଲି କହିଛନ୍ତି ଚନ୍ଦକା ଡିଏଫଓ ଶରତ ଚନ୍ଦ୍ର ବେହେରା । ଅନ୍ୟପକ୍ଷରେ ଶିମିଳିପାଳର ସାଉଥ ଡିଭିଜନ ଜେନାବିଲ ରେଞ୍ଜ ନିକଟରେ ଏକ ହାତୀ ଛୁଆର ମୃତ ଦେହ ପଡ଼ିଥିବାର ଦେଖିବାକୁ ମିଳିଛି । ହାତୀର ବୟସ ଏକ ବର୍ଷ ହେବ ବୋଲି ଜଣାପଡ଼ିଛି । ମୃତ୍ୟୁର କାରଣ ଜଣା ପଡ଼ି ନ ଥିବା ବେଳେ ସଂକ୍ରମଣ ଯୋଗୁଁ ମୃତ୍ୟୁ ହୋଇଥିବା କରାଯାଉଛି ସନ୍ଦେହ। 

What's Your Reaction?

like

dislike

love

funny

angry

sad

wow