ନନ୍ଦନକାନନ ଆସିଛନ୍ତି ଦୁଇ ଜିରାଫ୍ ।
![ନନ୍ଦନକାନନ ଆସିଛନ୍ତି ଦୁଇ ଜିରାଫ୍ ।](https://kalingascroll.in/uploads/images/202409/image_870x_66d54c1707b67.jpg)
ନନ୍ଦନକାନନ ଆସିଛନ୍ତି ଦୁଇ ଜିରାଫ୍ । ଦୀର୍ଘ ୮ବର୍ଷ ଧରି ନନ୍ଦନକାନନକୁ ଜିରାଫ୍ ଆଣିବା କଳ୍ପନାଜଳ୍ପନାର ଘଟିଛି ଅନ୍ତ। ରବିବାର ରାତିରେ କଲକାତାସ୍ଥିତ ଆଲିପୁର ଚିଡିଆଖାନାରୁ ଦୁଇଟି ଗାଡି ଯୋଗେ ମାଈ ଓ ଏକ ଅଣ୍ଡିରା ଜିରାଫ୍ ଆସିଛନ୍ତି ନନ୍ଦନକାନନ। ଏହି ଦୁଇ ଜିରାଫ୍ ଆସିବା ପରେ ୩କୁ ବୃଦ୍ଧି ପାଇଛି ନନ୍ଦନକାନନରେ ଜିରାଫ୍ ସଂଖ୍ୟା । ଅନ୍ୟପଟେ ପ୍ରାଣୀ ଉଦ୍ୟାନରେ ଥିବା ଜିରାଫ୍ ଖୁସିକୁ ମିଳିଯାଇଛି ଆଉ ଏକ ସାଥି। ଏବେ ଜିରାଫ୍ ଖୁସିକୁ ଆଉ ଏକାକୀ ଜୀବନ ବିତାଇବାକୁ ପଡିବନାହିଁ ବୋଲି କହିଛନ୍ତି ନନ୍ଦନକାନନ ଉପ ନିର୍ଦେଶକ ସନଥ କୁମାର ନାରାୟଣ।
What's Your Reaction?
![like](https://kalingascroll.in/assets/img/reactions/like.png)
![dislike](https://kalingascroll.in/assets/img/reactions/dislike.png)
![love](https://kalingascroll.in/assets/img/reactions/love.png)
![funny](https://kalingascroll.in/assets/img/reactions/funny.png)
![angry](https://kalingascroll.in/assets/img/reactions/angry.png)
![sad](https://kalingascroll.in/assets/img/reactions/sad.png)
![wow](https://kalingascroll.in/assets/img/reactions/wow.png)