ଆଳୁ ଦାମ ବୃଦ୍ଧିକୁ ନେଇ ପୂର୍ବ ସରକାରଙ୍କୁ ଦାୟୀ କଲେ ମୁଖ୍ୟମନ୍ତ୍ରୀ

Aug 24, 2024 - 17:23
 0  4
ଆଳୁ ଦାମ ବୃଦ୍ଧିକୁ ନେଇ ପୂର୍ବ ସରକାରଙ୍କୁ ଦାୟୀ କଲେ ମୁଖ୍ୟମନ୍ତ୍ରୀ

ଆଳୁ ଦାମ ବୃଦ୍ଧିକୁ ନେଇ ପୂର୍ବ ସରକାରଙ୍କୁ ଦାୟୀ କଲେ ମୁଖ୍ୟମନ୍ତ୍ରୀ । ଓୟୁଏଟି ପ୍ରତିଷ୍ଠା ଦିବସରେ ଯୋଗ ଦେଇ ପୂର୍ବ ସରକାର ଉପରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ପୂର୍ବ ସରକାର କରିଥିବା ଆଳୁ ମିଶନ ଫେଲ ମାରିଛି ଏଥିପାଇଁ ଚଳିତ ସରକାରଙ୍କୁ ଭୋଗିବାକୁ ପଡ଼ିଛି ବହୁ ସମସ୍ୟା। ଆଲୋଚନା ପରେ ବି ଜାଣିଶୁଣି ଆଳୁ ଛାଡ଼ିଲେ ନାହିଁ ପଶ୍ଚିମବଙ୍ଗ ସରକାର। ସେଠାରେ ବ୍ୟବସାୟୀ ମାନେ ଚାପ ପକାଇବା ଦ୍ଵାରା ସେମାନେ ଆଳୁ ଛାଡ଼ିବାକୁ ରାଜି ହେଲେ। ଯେଉଁଥି ପାଇଁ ବାଧ୍ୟ ହୋଇ ଉତ୍ତରପ୍ରଦେଶ ଓ ପଂଜାବରୁ ଆଳୁ ଆଣିବାକୁ ବାଧ୍ୟ ହେଲେ ସରକାର। ମୁଖ୍ୟମନ୍ତ୍ରୀ କହିଛନ୍ତି, ମୁଁ ନିଜେ ଆଳୁ ଚାଷ କରି ଖାଏ ଓ ମୋ ପରିବାର ଲୋକ ବି ଆଳୁ ଚାଷ କରି ଖାଆନ୍ତି। ଯଦି ସାରା ରାଜ୍ୟରେ ଆଳୁ ଚାଷକୁ ପ୍ରାଧାନ୍ୟ ଦିଆ ଯାଇପାରନ୍ତା ତାହାଲେ ବାହ୍ୟ ରାଜ୍ୟ ଉପରେ ଆଉ ଆମକୁ ନିର୍ଭର ହେବାକୁ ପଡ଼ନ୍ତା ନାହିଁ ବୋଲି ଆଳୁ ଚାଷରେ ସ୍ବାବଲମ୍ବୀ ହେବାକୁ ରାଜ୍ୟବାସୀଙ୍କୁ ଦେଇଛନ୍ତି ଆହ୍ବାନ।

What's Your Reaction?

like

dislike

love

funny

angry

sad

wow