ଖୋର୍ଦ୍ଧା ହଳଦିଆ କଲେଜ ଅଧ୍ଯକ୍ଷଙ୍କୁ ଆକ୍ରମଣ ଅଭିଯୋଗ

ଖୋର୍ଦ୍ଧାରେ ଥିବା ହଳଦିଆ ଡିଗ୍ରୀ କଲେଜର ଅଧ୍ୟକ୍ଷଙ୍କୁ ପ୍ରବଳ ମାଡ଼ ଅଭିଯୋଗ। କଲେଜ ପରିଚାଳନା କମିଟି ସଭାପତି ଏବଂ ଅନ୍ୟ କିଛିଜଣ କଲେଜ ଭିତରକୁ ପଶି ଅଧ୍ୟକ୍ଷଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି ।ଅଧ୍ୟକ୍ଷଙ୍କ ଅଭିଯୋଗ ଅନୁସାରେ, ପରିଚାଳନା କମିଟି ସଭାପତି ଓ ଅନ୍ଯ କିଛି ଲୋକ କାର୍ଯ୍ୟାଳୟକୁ ପଶି ଗାଳିଗୁଲଜ ସହ ଆକ୍ରମଣ କରିଥିଲେ । ଆକ୍ରମଣରେ ଆହତ ହୋଇଛନ୍ତି ଅଧ୍ଯକ୍ଷ ଉମାକାନ୍ତ ପାତ୍ର । ଏହି ସମୟର ଦୃଶ୍ଯ ସିସିଟିଭିରେ ମଧ୍ୟ ହୋଇଛି କଏଦ। ତେବେ କେଉଁଥିପାଇଁ ଏପରି ଆକ୍ରମଣ ହୋଇଛି ତାହାର କାରଣ ଅସ୍ପଷ୍ଟ ରହିଥିବାବେଳେ ଏନେଇ ତଦନ୍ତ ଆରମ୍ଭ କରିଛି ପୋଲିସ।
What's Your Reaction?






