ଡାଆଣୀ ସନ୍ଦେହରେ ମହିଳାଙ୍କୁ ହତ୍ୟା।

Sep 2, 2024 - 13:08
 0  2
ଡାଆଣୀ ସନ୍ଦେହରେ ମହିଳାଙ୍କୁ ହତ୍ୟା।

ଡାଆଣୀ ସନ୍ଦେହରେ ମହିଳାଙ୍କୁ ହତ୍ୟା। ଏଭଳି ଅମାନୁଷିକ ଘଟଣା ଘଟିଛି ଆନନ୍ଦପୁର ଘଷିପୁରା ଥାନା ନିଆଳିଝରଣ ଗାଁରେ। ରାତିରେ ଘରୁ ଘୋଷାଡି ନେଇ ଘର ସାମ୍ନାରେ ମହିଳାଙ୍କୁ କରାଯାଇଛି ବିଭତ୍ସ ହତ୍ୟା। ମୃତ ମହିଳା ଜଣକ ହେଉଛନ୍ତି ସାଲକେ ହେମ୍ବ୍ରମ। ଗତ ସନ୍ଧ୍ୟାରେ ଗାଁରେ ଯାତ୍ରା ପାଇଁ ହୋଇଥିବା ଭୋଜି ଖାଇବାକୁ ଯାଇଥିଲେ ପରିବାର ଲୋକେ।ଘରେ ରହିଥିଲେ ସାଲକେ ଓ ଶାଶୁ ସୁମି। ଏହି ସମୟରେ ଏକ ଅଚିହ୍ନା ବ୍ଯକ୍ତି ଘରକୁ ଆସି ସାଲକେକୁ ହାଣ୍ଡିଆ କିଣି ଆଣିଦେବାକୁ କହିଥିଲେ। ହେଲେ ସାଲକେ ମନା କରିବାରୁ ତାଙ୍କୁ ଘରୁ ପଦାକୁ ଘୋଷାଡି ନେଇ ଘର ସାମ୍ନାରେ ହତ୍ଯା କରିଥିବା କହିଛନ୍ତି ଶାଶୁ ସୁମି। ଆନନ୍ଦପୁର ଏସଡିପିଓଙ୍କ ନେତୃତ୍ବରେ ପୋଲିସ୍ ଟିମ୍ ଗାଁ ରେ ପହଁଞ୍ଚି ଆରମ୍ଭ କରିଛି ତଦନ୍ତ। ସାଇଂଟିଫିକ୍ ଟିମ୍ ମଧ୍ଯ ଘଟଣା ସ୍ଥଳରେ ପହଁଞ୍ଚି ଚଳାଇଛି ତଦନ୍ତ। ତେବେ ଗାଁ ରେ କେହି ଘଟଣା ସମ୍ପର୍କରେ ମୁହଁ ଖୋଲୁନଥିବାରୁ ଡାହାଣୀ ସନ୍ଦେହରେ ହତ୍ଯାକାଣ୍ଡ ହୋଇଥିବା କରାଯାଉଛି ଅନୁମାନ।

What's Your Reaction?

like

dislike

love

funny

angry

sad

wow