ମେଡିକାଲ ପ୍ରବେଶିକା ପରୀକ୍ଷା ମାମଲାରେ ଭୁବନେଶ୍ଵରରୁ ଜଣଙ୍କୁ ଗିରଫ କରିଛି ସିବିଆଇ

Aug 6, 2024 - 11:19
 0  4
ମେଡିକାଲ ପ୍ରବେଶିକା ପରୀକ୍ଷା ମାମଲାରେ ଭୁବନେଶ୍ଵରରୁ ଜଣଙ୍କୁ ଗିରଫ କରିଛି ସିବିଆଇ

ଶନିବାର ମେଡିକାଲ ପ୍ରବେଶିକା ପରୀକ୍ଷା ମାମଲାରେ ଭୁବନେଶ୍ଵରରୁ ଜଣଙ୍କୁ ଗିରଫ କରିଛି ସିବିଆଇ। ସୁଶାନ୍ତ କୁମାର ସାମନ୍ତ ନାମକ ଯୁବକଙ୍କୁ ଗିରଫ କରି ପାଟନା କୋର୍ଟରେ ହାଜର କରିଥିଲା ସିବିଆଇ। ପରେ ସିବିଆଇ ସୁସାନ୍ତକୁ ନେଇଛି ୫ ଦିନିଆ ରିମାଣ୍ଡରେ।ପରୀକ୍ଷାର ପେପର ଯୋଗାଇବାରେ ସୁଶାନ୍ତର ହାତ ଥିବା କୁହାଯାଉଛି। ପେପର ଲିକ୍ ମାମଲାର ମାଷ୍ଟରମାଇଣ୍ଡ ବୋଲି ଜତୀୟ ଗଣମାଧ୍ୟମରେ ହେଉଛି ଚର୍ଚ୍ଚା । ସୁଶାନ୍ତକୁ ପଚରାଉଚରା ଲାଗି ୧୦ ଦିନିଆ ରିମାଣ୍ଡ ଦାବି କରିଥିଲା ସିବିଆଇ। ବର୍ତ୍ତମାନ ସିବିଆଇ ରିମାଣ୍ଡରେ ଅଛନ୍ତି  ୫ ଅଭିଯୁକ୍ତ। ତନାଘନା ଲାଗି ସିବିଆଇ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ଅତ୍ଯାଧୁନିକ ଫୋରେନସିକ୍ ପ୍ରମାଣ କରୁଛି ସଂଗ୍ରହ । ନିଟ୍ ପେପର ଲିକ ମାମଲାରେ ବର୍ତ୍ତମାନ ସୁଦ୍ଧା ୪୨ ଜଣଙ୍କୁ ଗିରଫ କରିସାରିଲାଣି ସିବିଆଇ । ଓଡ଼ିଶାରୁ ଏହି ମାମଲାରେ ଗିରଫ ହୋଇଛନ୍ତି ୪ ଜଣ। 

What's Your Reaction?

like

dislike

love

funny

angry

sad

wow