ସେପ୍ଟେମ୍ବରରେ ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ
ଆସନ୍ତା ସେପ୍ଟେମ୍ବରରେ ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ ହେବ ବୋଲି କହିଛନ୍ତି କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଜି. କିଷନ୍ ରେଡ୍ଡୀ। ସୋମବାର ଜମ୍ମୁ-କଶ୍ମୀରରେ ଧାରା ୩୭୦ ଉଚ୍ଛେଦର ପଞ୍ଚମ ବର୍ଷ ପୂର୍ତ୍ତି ଅବସରରେ ଜମ୍ମୁ ସ୍ଥିତ ବାନା ସିଂ ଷ୍ଟାଡିୟମରେ ଏକାତ୍ମ ମହୋତ୍ସବ ରାଲିକୁ ସମ୍ବୋଧନ ସହ କରିଛନ୍ତି ଏହି ଘୋଷଣା । ବିକାଶର ଗତିକୁ ବଜାୟ ରଖିବା ସହ ଆତଙ୍କବାଦକୁ ମୂଳୋତ୍ପାଟନ କରିବା ପାଇଁ ସେ ସ୍ଥାନୀୟ ଅଧିବାସୀଙ୍କୁ ଅନୁରୋଧ କରିଛନ୍ତି ଭାଜପାକୁ ଭୋଟ ଦେବାକୁ। ଧାରା ୩୭୦ ହଟିବା ପରେ ଜମ୍ମୁ-କଶ୍ମୀରରେ ପାକିସ୍ତାନର ଗୋଇନ୍ଦା ଗିରି ଗତିବିଧି ବହୁ ମାତ୍ରାରେ ହ୍ରାସ ପାଇଛି ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ କିଷନ୍ ।
What's Your Reaction?