ଶ୍ରୀମନ୍ଦିରରେ ମନା ହେଲା ଲୁହା କଡ଼େଇ

Sep 13, 2024 - 13:14
 0  6
ଶ୍ରୀମନ୍ଦିରରେ ମନା ହେଲା ଲୁହା କଡ଼େଇ

ମହାପ୍ରଭୁଙ୍କ ପରମ୍ପରାରେ ବିଭ୍ରାଟ। ଶ୍ରୀମନ୍ଦିରରେ ମନା ହେଲା ଲୁହା କଡ଼େଇ। ମନ୍ଦିରରେ କୁଡୁଆରେ ମହାପ୍ରସାଦ ରନ୍ଧନର ନିୟମ ରହିଥିବାବେଳେ ଏଥିରେ ଦେଖାଯାଇଛି ଖିଲାପ। ମାଟି କୁଡୁଆ ବଦଳରେ ଲୁହ କଡେଇରେ ରନ୍ଧା ହେଉଛି ମହାପ୍ରଭୁଙ୍କ ମହାପ୍ରସାଦ । ଶ୍ରୀକ୍ଷେତ୍ରରେ କୁଡୁଆରେ ରନ୍ଧାଯିବା ଓ ଭୋଗ ଲାଗିବା ହେଉଛି ସ୍ୱତନ୍ତ୍ର। ହେଲେ ମହାମାରୀ କରୋନା ପରେ କୁଡୁଆର ଅଭାବ ଆଳ ଦେଖାଇ  ଲୁହା କଡ଼େଇରେ ମହାପ୍ରସାଦ ପ୍ରସ୍ତୁତ କରୁଛନ୍ତି କିଛି ସୁଆର ଓ ମହାସୁଆର। ଏହି ପରମ୍ପରା ବିରୋଧୀ କାର୍ଯ୍ୟକୁ ନେଇ ନୋଟିସ୍ ଜାରି କରିଛି ସୁଆର ଓ ମହାସୁଆର ନିଯୋଗ। ଏହି ଘଟଣାରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ପ୍ରଶାସକ ଡ.ଅରବିନ୍ଦ ପାଢୀ। ରୋଷଘର ପରିଦର୍ଶନ କରି କଢେଇ ଜବତ ସହ ୭ଦିନ ଭିତରେ ରିପୋର୍ଟ ଦାଖଲ କରିବାକୁ ଦିଆଯାଇଛି ନିର୍ଦ୍ଦେଶ। ଏହି ଘଟଣା ପ୍ରକାଶ ପାଇବାପରେ କୋଟି କୋଟି ଜଗନ୍ନାଥ ପ୍ରେମୀ ହୋଇଛନ୍ତି ମର୍ମାହତ ।

What's Your Reaction?

like

dislike

love

funny

angry

sad

wow