ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମାଝୀ ; କେନ୍ଦ୍ରମନ୍ତ୍ରୀଙ୍କ ସହ ମହାନଦୀ ଜଳ ବିବାଦ ନେଇ କରିବେ ଆଲୋଚନା

Sep 1, 2026 - 11:38
 0  0
ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମାଝୀ ; କେନ୍ଦ୍ରମନ୍ତ୍ରୀଙ୍କ ସହ ମହାନଦୀ ଜଳ ବିବାଦ ନେଇ କରିବେ ଆଲୋଚନା

ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀଙ୍କ ସହ କରିବେ ଆଲୋଚନା । ଓଡ଼ିଶାର ଜଳ ସମ୍ପଦ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ନେଇ ଆଜି ଦିଲ୍ଲୀ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଦିଲ୍ଲୀରେ ସେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସି.ଆର୍. ପାଟିଲଙ୍କ ସହ ଆଲୋଚନା କରିବାର ସୂଚନା ମିଳିଛି । 

ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମହାନଦୀ ଜଳ ବିବାଦକୁ ନେଇ କେନ୍ଦ୍ର ସରକାରଙ୍କ ସହ ହେବ ଗୁରୁତ୍ୱପୂର୍ଣ୍ଣ ଆଲୋଚନା। ଓଡ଼ିଶାର ଜଳ ସମ୍ପଦ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ନେଇ ଆଜି ଦିଲ୍ଲୀ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ଦିଲ୍ଲୀରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସି.ଆର୍. ପାଟିଲଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ହେବାର ସୂଚନା ମିଳିଛି। ଏହି ବୈଠକରେ ଦୀର୍ଘଦିନ ଧରି ଲାଗିରହିଥିବା ମହାନଦୀ ଜଳ ବିବାଦ ପ୍ରମୁଖ ପ୍ରସଙ୍ଗ ହୋଇପାରେ।ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳ ବଣ୍ଟନକୁ ନେଇ ବର୍ଷ ବର୍ଷ ଧରି ବିବାଦ ଲାଗିରହିଛି। ମହାନଦୀ ଓଡ଼ିଶାର ଅନେକ ଜିଲ୍ଲାର ଜୀବନରେଖା ହୋଇଥିବାରୁ ଏହି ପ୍ରସଙ୍ଗ କେବଳ ଜଳ ବଣ୍ଟନରେ ସୀମିତ ନୁହେଁ, ବରଂ କୃଷି, ପାନୀୟ ଜଳ, ଶିଳ୍ପ ଓ ରାଜ୍ୟର ଭବିଷ୍ୟତ ଜଳ ସୁରକ୍ଷା ସହ ଜଡ଼ିତ।

ଏହି ବିବାଦର ସମାଧାନ ପାଇଁ କେନ୍ଦ୍ର ସରକାର ମଧ୍ୟ ଉଦ୍ୟମ ଜାରି ରଖିଛନ୍ତି। ପୂର୍ବରୁ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଓ ଛତିଶଗଡ଼ର ମୁଖ୍ୟମନ୍ତ୍ରୀଙ୍କୁ ନେଇ ଆଲୋଚନା ହୋଇଥିଲା। ଦୁଇ ରାଜ୍ୟ ମଧ୍ୟରେ ସହମତି ଭିତ୍ତିକ ସମାଧାନର ବାଟ ବାହାର କରିବାକୁ ସେତେବେଳେ ଉଦ୍ୟମ ହୋଇଥିଲା।ଏବେ ପୁଣିଥରେ ମହାନଦୀ ପ୍ରସଙ୍ଗ ନେଇ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ ରାଜନୈତିକ ଓ ପ୍ରଶାସନିକ ମହଲରେ ଚର୍ଚ୍ଚା ବଢ଼ାଇଛି। କେନ୍ଦ୍ର ସହ ଏହି ଆଲୋଚନା ପରେ କି ମହାନଦୀ ବିବାଦ ସମାଧାନ ଦିଗରେ କୌଣସି ନୂଆ ରୋଡମ୍ୟାପ ସାମ୍ନାକୁ ଆସିବ?

ଓଡ଼ିଶାର ଜଳ ସ୍ୱାର୍ଥକୁ ନେଇ ଏହି ବୈଠକ କେତେଦୂର ଫଳପ୍ରଦ ହେବ ଏବଂ ମହାନଦୀ ଜଳ ବିବାଦରେ ଦୁଇ ରାଜ୍ୟ ମଧ୍ୟରେ ସହମତିର ରାସ୍ତା କେବେ ଖୋଲିବ, ଏବେ ତାହା ଉପରେ ରହିବ ସମସ୍ତଙ୍କ ନଜର।

What's Your Reaction?

like

dislike

love

funny

angry

sad

wow