ପୋଲାଣ୍ଡ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ସହ ମୋଦୀ କରିବେ ଦ୍ବିପାକ୍ଷିକ ଆଲୋଚନା
ଦୀର୍ଘ ୪୫ବର୍ଷ ପରେ ଭାରତର ପ୍ରଧାନମନ୍ତ୍ରୀ ଭାବେ ପୋଲାଣ୍ଡ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପୋଲାଣ୍ଡର ୱାରସରେ ପହଞ୍ଚିବା ପରେ ମୋଦୀଙ୍କୁ ଭାରତୀୟ ସମୁଦାୟଙ୍କ ପକ୍ଷରୁ ମୋଦୀ ମୋଦୀ ଓ ଭାରତ ମାତା କି ଜୟ ନାରା ଦେଇ କରାଯାଇଥିଲା ବିପୁଳ ସ୍ବାଗତ । ବିମାନବନ୍ଦରରେ ମୋଦୀଙ୍କୁ ପୋଲାଣ୍ଡର ଉପ ବୈଦେଶିକ ମନ୍ତ୍ରୀ କରିଥିଲେ ସ୍ବାଗତ। ପରେ ପ୍ରଧାନମନ୍ତ୍ରୀ ମହାରାଜା ଜାମ ସାହେବ ଦିଗବିଜୟସିଂହଜୀ ରଞ୍ଜିତସିଂହଜୀଙ୍କ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି କରିଥିଲେ ଅର୍ପଣ। ୧୯୪୨ରେ ମହାରାଜା ଜାମ ସାହେବ ପୋଲାଣ୍ଡର ଶିଶୁଙ୍କ ପାଇଁ ଜାମନଗରରେ ଶରଣାର୍ଥୀ ଶିବିର କରିଥିଲେ ସ୍ଥାପନ। ପୋଲାଣ୍ଡ ଗସ୍ତ କାଳରେ ଆଜି ମୋଦୀ ପୋଲାଣ୍ଡ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ କରିବେ ଦ୍ବିପାକ୍ଷିକ ଆଲୋଚନା। ଏଥିସହିତ ଆସନ୍ତାକାଲି ୟୁକ୍ରେନ ଗସ୍ତ କରିବାର ରହିଛି କାର୍ଯ୍ୟକ୍ରମ।
What's Your Reaction?