ଆଉ ଏକ ଇତିହାସ ରଚିବାକୁ ଯାଉଛି ଭାରତ

Aug 8, 2024 - 13:50
 0  3
ଆଉ ଏକ ଇତିହାସ ରଚିବାକୁ ଯାଉଛି ଭାରତ

ଆଉ ଏକ ଇତିହାସ ରଚିବାକୁ ଯାଉଛି ଭାରତ । ଇସ୍ରୋ ଏହାର ସର୍ବଶେଷ ଆର୍ଥ ଅବ୍‌ଜରଭେସନ ସାଟେଲାଇଟ୍‌ ଯଥା ଇଓଏସ୍‌-୮ ଉତ୍‌କ୍ଷେପଣ କରିବାକୁ ଯାଉଛି ସ୍ବାଧୀନତା ଦିବସରେ । ଅଗଷ୍ଟ ୧୫ରେ ଏସ୍‌ଏସ୍‌ଏଲ୍‌ଭି-ଡି୩ ରକେଟ୍‌ରେ ଆର୍ଥ ଅବ୍‌ଜରଭେସନ ସାଟେଲାଇଟ୍‌ ଇଓଏସ୍‌-୮ ଶ୍ରୀହରିକୋଟାରୁ ସକାଳ ୯ଟା ୧୭ରେ କରିବ ଲଞ୍ଚ୍‌ । ଏହା ଏକ ଛୋଟ ସାଟେଲାଇଟ୍‌। ଏହା ଏସ୍‌ଏସ୍‌ଏଲ୍‌ଭିର ତୃତୀୟ ତଥା ଶେଷ ଉଡ଼ାଣ। ୧୭୫.୫ କିଲୋଗ୍ରାମ ଓଜନର ଏହି ଉପଗ୍ରହଟି ପରିବେଶ ମନିଟରିଂ, ବିପର୍ଯ୍ୟୟ ପରିଚାଳନା ଏବଂ ବୈଷୟିକ ପ୍ରଦର୍ଶନ ପାଇଁ ହୁଏ ବ୍ୟବହୃତ।

What's Your Reaction?

like

dislike

love

funny

angry

sad

wow