ହାର୍ଲି ଡେଭିଡସନ ଏବଂ ବିଏମଡବ୍ଲୁ ବାଇକରେ ଅମାନିଆଙ୍କୁ ଧରିବ ପୋଲିସ

Jul 3, 2024 - 15:31
 0  2
ହାର୍ଲି ଡେଭିଡସନ ଏବଂ ବିଏମଡବ୍ଲୁ ବାଇକରେ ଅମାନିଆଙ୍କୁ ଧରିବ ପୋଲିସ

ଏଣିକି ରାସ୍ତାରେ ଷ୍ଟଣ୍ଟ ପ୍ରଦର୍ଶନ କଲେ ସିଧା ଯିବେ ଜେଲ୍‌ । ଯୁବଗୋଷ୍ଠୀ ଷ୍ଟଣ୍ଟ ପ୍ରଦର୍ଶନ କରି ଅନ୍ୟମାନଙ୍କ ଜୀବନକୁ ମଧ୍ୟ ବିପଦରେ ପକାଉଛନ୍ତି । ଏମାନଙ୍କୁ ଧରିବା ପାଇଁ ହାର୍ଲି ଡେଭିଡସନ ଏବଂ ବିଏମଡବ୍ଲୁ ପରି ଆଠଟି ହାଇ-ଟେକ୍ ବାଇକ୍ ମଧ୍ୟ କିଣାଯିବ । ଏହି ବାଇକ୍ ରାସ୍ତାରେ ଷ୍ଟଣ୍ଟ କରୁଥିବା ଲୋକଙ୍କୁ ଧରିବାରେ ସହାୟକ ହେବ । ଉତ୍ତରାଖଣ୍ତ ମୁଖ୍ୟ ଶାସନ ସଚିବ ରାଧା ରାତୁରୀ ନିକଟରେ ରାଜ୍ୟରେ ବାରମ୍ବାର ସଡ଼କ ଦୁର୍ଘଟଣା ସମ୍ପର୍କରେ ଏକ ସମୀକ୍ଷା ବୈଠକ କରିଥିଲେ। ଦୁର୍ଘଟଣାକୁ ରୋକିବା ପାଇଁ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ନେବାକୁ ସେ ପରିବହନ ବିଭାଗ,ଲୋକସମ୍ପର୍କ ବିଭାଗ, ଟ୍ରାଫିକ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ।  ସେହିଭଳି ରାଜ୍ୟର ୧୦ଟି ସ୍ଥାନରେ ୭୪ ଲକ୍ଷ ଟଙ୍କା ବ୍ୟୟରେ ରାଡାର ସ୍ପିଡ୍ ସାଇନ୍ ବୋର୍ଡ ଏବଂ କ୍ୟାମେରା ଲଗାଯିବ । କାର୍ଯ୍ୟାନୁଷ୍ଠାନ ପାଇଁ ୧୪.୭୬ ଲକ୍ଷ ଟଙ୍କା ବ୍ୟୟରେ ପୋଲିସ କର୍ମଚାରୀଙ୍କୁ ଦେହରେ ପିନ୍ଧା ଯାଇପାରୁଥିବା କ୍ୟାମେରା ମଧ୍ୟ ଯୋଗାଇ ଦିଆଯିବ।

What's Your Reaction?

like

dislike

love

funny

angry

sad

wow