ଡଙ୍ଗାରେ ବନ୍ୟାଞ୍ଚଳ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା

Jul 3, 2024 - 14:21
 0  2
ଡଙ୍ଗାରେ ବନ୍ୟାଞ୍ଚଳ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା

ଆସାମରେ ପ୍ରବଳ ବର୍ଷା ବନ୍ୟା ପରିସ୍ଥିତି ଯୋଗୁଁ ୨୦ରୁ ଊର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ହୋଇଛି। ସେହିପରି ୨୩ଟି ଜଲ୍ଲାର ୧୧ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଆଜି ପୂର୍ବାହ୍‌ଣରେ ‌‌ଗୋଲଘାଟ ଜିଲ୍ଲାର କାଜୀରଂଗା ଜାତୀୟ ଉଦ୍ୟାନରେ ବନ୍ୟାଞ୍ଚଳ ବୁଲି ଦେଖିଛନ୍ତି। ସେ ଡଙ୍ଗାରେ ବୁଲି ପରିସ୍ଥିତି ସଂପର୍କରେ ଅତି ନିକଟରୁ ଅବଗତ ହୋଇଛନ୍ତି।  

ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ପକ୍ଷରୁ କୁହାଯାଇଛି ଯେ, ବନ୍ୟା, ଭୂସ୍ଖଳନ ଓ ଝଡ଼ରେ ମୋଟ ୪୮ ଜଣଙ୍କର ମୃତ୍ୟୁ ହୋଇଛି। ରିପୋର୍ଟ ଅନୁସାରେ ୧୧ ଲକ୍ଷ ୩୪ ହଜାର ୪୦୦ ଲୋକ ବନ୍ୟାଜଳ ପାଇଁ ପ୍ରଭାବିତ ହୋଇଛନ୍ତି। ଲକ୍ଷ୍ମୀପୁର ଜିଲ୍ଲା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ଏହି ଜିଲ୍ଲାରେ ୧.୬୫ ହଜାର ଲୋକ ବନ୍ୟା ଦ୍ବାରା ପ୍ରଭାବିତ ହୋଇଛନ୍ତି। ପ୍ରଶାସନ ପକ୍ଷରୁ ୨୧ଟି ଜିଲ୍ଲାର ୪୮୯ଟି ସ୍ଥାନରେ ଅସ୍ଥାୟୀ ଶିବିର ବ୍ୟବସ୍ଥା କରାଯାଇଛି। ସେହିପରି ୨, ୮୬,୭୭୬ ଲୋକଙ୍କୁ ଆଶ୍ରୟ ସ୍ଥଳରେ ରଖାଯାଇଛି। ପାଖାପାଖି ୨୮୫୦ଜଣଙ୍କୁ ଏସ୍‌ଡିଆରଏଫ, ଏନ୍‌ଡିଆରଏଫ, ଜରୁରୀକାଳନୀ ସେବା ଓ ବାୟୁସେନାର ଯବାନମାନେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିଲେ। ବ୍ରହ୍ମପୁତ୍ରର ଉପନଦୀଗୁଡ଼ିକ ବପଦ ସଂକେତ ଅତିକ୍ରମ କରିଛି।  

What's Your Reaction?

like

dislike

love

funny

angry

sad

wow