ପୁଣି ହିମାଚଳରେ ବାଦଲ ଫଟା ବର୍ଷା ଯୋଗୁଁ ୧୩ ଜଣଙ୍କ ମୃତ୍ୟୁ

Aug 8, 2024 - 13:36
 0  2
ପୁଣି ହିମାଚଳରେ ବାଦଲ ଫଟା ବର୍ଷା ଯୋଗୁଁ ୧୩ ଜଣଙ୍କ ମୃତ୍ୟୁ

ପୁଣି ହିମାଚଳରେ ବାଦଲ ଫଟା ବର୍ଷା ଯୋଗୁଁ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ନିଖୋଜ ଥିବା ନେଇ ରହିଛି ସୂଚନା। ବୁଧବାର ବିଳମ୍ବିତ ରାତିରେ ହିମାଚଳ ପ୍ରଦେଶର ଶ୍ରୀଖଣ୍ତ ନିକଟରେ ପ୍ରକୃତିର ତାଣ୍ତବ ଦେଖିବା ପାଇଁ ମିଳିଥିଲା । ସମେଜ ଓ ବେଗି ବ୍ରିଜ ନିକଟରେ ପ୍ରବଳ ବର୍ଷା ପାଇଁ ପ୍ରାୟ ୪୫ରୁ ଅଧିକ ଲୋକ ଭାସିଯାଇଛନ୍ତି । ଯେଉଁମାନଙ୍କ ମଧ୍ୟରୁ ୧୩ ଜଣଙ୍କ ମୃତ ଦେହ ମିଳିଥିବା ବେଳେ ଅନେକ ଲୋକ ବର୍ତ୍ତମାନ ନିଖୋଜ ଥିବା ନେଇ ରହିଛି ସୂଚନା । ସେପଟେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି ଏନଡିଆରଏଫ ଟିମ୍ ।

What's Your Reaction?

like

dislike

love

funny

angry

sad

wow