ସାଇନା ନେହୱାଲଙ୍କ ସହ ବ୍ୟାଡମିଣ୍ଟନ ଖେଳିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

Jul 11, 2024 - 11:07
 0  1
ସାଇନା ନେହୱାଲଙ୍କ ସହ ବ୍ୟାଡମିଣ୍ଟନ ଖେଳିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ନୂଆ ରୂପରେ ନଜର ଆସିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ସାଇନା ନେହୱାଲଙ୍କ ସହ ଖେଳିଲେ ବ୍ୟାଡମିଣ୍ଟନ । ବୁଧବାର ରାଷ୍ଟ୍ରପତି ଭବନରେ ବ୍ୟାଡମିଣ୍ଟନ କୋର୍ଟରେ ବ୍ୟାଡମିଣ୍ଟନ ଖେଳିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମହିଳା ପଦ୍ମ ପୁରସ୍କାର ବିଜେତାଙ୍କୁ ନେଇ ଆୟୋଜିତ \'ହର୍ ଷ୍ଟୋରି- ମେରି ଷ୍ଟୋରୀ\' କାର‌୍ୟ୍ୟକ୍ରମରେ ବ୍ୟାଡମିଣ୍ଟନ ଖେଳିଥିଲେ ରାଷ୍ଟ୍ରପତି । ବିଶ୍ୱ ମଞ୍ଚରେ ମହିଳା ଖେଳାଳିମାନେ ବଡ଼ ପ୍ରଭାବ ପକାଉଥିବା ବେଳେ ଏକ ବ୍ୟାଡମିଣ୍ଟନ ଶକ୍ତିଶାଳୀ ଦେଶ ଭାବେ ଉଭା ହୋଇଛି ଭାରତ । ଆଉ ଏହି ପରିପ୍ରେକ୍ଷୀରେ ରାଷ୍ଟ୍ରପତିଙ୍କ ବ୍ୟାଡମିଣ୍ଟନ ଖେଳ ଏକ ପ୍ରେରଣାଦାୟକ ପଦକ୍ଷେପ ।

What's Your Reaction?

like

dislike

love

funny

angry

sad

wow