ଜେଲେନସ୍କିଙ୍କୁ ଭେଟି ରୁଷିଆ-ୟୁକ୍ରେନ ଯୁଦ୍ଧକୁ ନେଇ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ମୋଦୀ

Aug 23, 2024 - 15:17
 0  4
ଜେଲେନସ୍କିଙ୍କୁ ଭେଟି ରୁଷିଆ-ୟୁକ୍ରେନ ଯୁଦ୍ଧକୁ ନେଇ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ମୋଦୀ

ରେଳଫୋର୍ସ ୱାନ୍ ଟ୍ରେନ୍‌ରେ ୧୦ ଘଣ୍ଟା ଯାତ୍ରା କରି ପ୍ରଧାନମନ୍ତ୍ରୀ ମୋଦୀ ପହଞ୍ଚିଛନ୍ତି କିଭ୍‌ରେ । ଭାରତୀୟ ସମୟ ଅନୁସାରେ ଗୁରୁବାର ପୂର୍ବାହ୍‌ଣରେ କିଭ୍‌ରେ ପହଞ୍ଚି ସେ ଭାରତୀୟ ସମ୍ପ୍ରଦାୟର ସଦସ୍ୟଙ୍କ ସହ ମଧ୍ୟ କରିଛନ୍ତି ଆଲୋଚନା । ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀ ମୋଦି କିଭ୍‌ରେ ରହିବେ ମାତ୍ର ୭ ଘଣ୍ଟା । ଖୁବ୍ ଶୀଘ୍ର ପ୍ରଧାନମନ୍ତ୍ରୀ ମୋଦୀ ଭେଟିବେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କୁ। ରୁଷିଆ-ୟୁକ୍ରେନ ଯୁଦ୍ଧକୁ ନେଇ ଦୁଇ ନେତା ମୁଖ୍ୟତଃ କରିପାରନ୍ତି ଆଲୋଚନା । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଗସ୍ତ ଉପରେ ରହିଛି ସାରା ବିଶ୍ୱର ନଜର ।

What's Your Reaction?

like

dislike

love

funny

angry

sad

wow