ବଡ଼ ଠାକୁର ତଳେ ପଡ଼ିବା ଘଟଣାର ତଦନ୍ତ କରିବେ ୩ ଜଣିଆ କମିଟି

Jul 10, 2024 - 16:16
 0  3
ବଡ଼ ଠାକୁର ତଳେ ପଡ଼ିବା ଘଟଣାର ତଦନ୍ତ କରିବେ ୩ ଜଣିଆ କମିଟି

ଆଡପ ମଣ୍ଡପକୁ ବିଜେ ସମୟରେ ପହଣ୍ଡି କରି ରଥରୁ ଓହ୍ଲାଉଥିବାବେଳେ ଚାରରୁ ଖସିପଡ଼ି ମୁହଁ ମାଡ଼ି ତଳେ ପଡ଼ିଯାଇଥିଲେ ବଡ଼ ଠାକୁର ଏହି ଘଟଣାକୁ ନେଇ ସବୁ ମହଲରେ ଉଦବେଗ ପ୍ରକାଶ ପାଇଥିବାବେଳେ ଏହାର ତଦନ୍ତ କରିବାକୁ ଗଠନ କରାଯାଇଛି ୩ ଜଣିଆ କମିଟି କମିଟିରେ ଜଣେ ଏଡିଏମ, ଜଣେ ଉନ୍ନୟନ ପ୍ରଶାସକ ଏବଂ ଜଣେ ଡିଏସପି ରହିବେ। କମିଟି ଘଟଣାର ତଦନ୍ତ କରିବ ଏବଂ ନୀଳାଦ୍ରିବିଜେର ୧୦ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବ।ବୁଧବାର ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା ବୈଠକରେ ନେଇ ନିଷ୍ପତ୍ତି ହୋଇଛି ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀରବିକ୍ରମ ଯାଦବ। ପୁରୀ ଗଜପତି ମହାରାଜା ଦିବ୍ୟସିଂହଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲାପାଳ, ଏସପି ଏବଂ କମିଟିର ସଦସ୍ୟମାନେ ରହିଥିଲେ ଉପସ୍ଥିତ

What's Your Reaction?

like

dislike

love

funny

angry

sad

wow