ବଢୁଛି ହୀରାକୁଦ ଜଳସ୍ତର : ତଳିଆ ଜିଲ୍ଲାମାନଙ୍କୁ ସତର୍କ ସୂଚନା ଜାରି

Aug 5, 2024 - 11:01
 0  2
ବଢୁଛି ହୀରାକୁଦ ଜଳସ୍ତର : ତଳିଆ ଜିଲ୍ଲାମାନଙ୍କୁ ସତର୍କ ସୂଚନା ଜାରି

ଉପର ମୁଣ୍ଡରେ ବର୍ଷା ଲାଗି ରହୁଛି ବର୍ଷା । ଫଳରେ ବଢୁଛି ହୀରାକୁଦ ଜଳସ୍ତର । କ୍ରମାଗତ ଭାବେ ବଢିବାରେ ଲାଗିଛି ଜଳଭଣ୍ଡାରକୁ ଜଳ ପ୍ରବେଶର ମାତ୍ରା । ବର୍ତ୍ତମାନ ୬୦୯.୭୩ ରେ ପହଞ୍ଚିଛି ଜଳଭଣ୍ଡାରର ଜଳସ୍ତର । ପ୍ରତି ସେକେଣ୍ଡରେ ଜଳ ଭଣ୍ଡାର ଭିତରକୁ ପ୍ରବେଶ କରୁଛି ୨ ଲକ୍ଷ ୪୬ ହଜାର ୧୮୮ ଘନଫୁଟ ବନ୍ୟାଜଳ।
ତେଣୁ ୧୪ ଟି ଗେଟ୍ ମାଧ୍ୟମରେ ନିଷ୍କାସନ କରାଯାଉଛି ବନ୍ୟାଜଳ । ଛତିଶଗଡ଼ରେ ଲାଗିରହିଛି ବର୍ଷା ତେଣୁ ଆଗକୁ ଅଧିକ ଗେଟ୍ ଖୋଲାଯିବାର ରହିଛି ସମ୍ଭାବନା । ଯାହାକୁ ନେଇ ମହାନଦୀ ତଳିଆ ଜିଲ୍ଲା ମାନଙ୍କୁ ଦିଆଯାଇଛି ସତର୍କ ସୂଚନା ।

What's Your Reaction?

like

dislike

love

funny

angry

sad

wow