ଡିଜେ ଗାଡ଼ି ଯୋଗୁଁ ଚାଲିଗଲା ୮ କାଉଡିଆଙ୍କ ଜୀବନ

ଅଧାରେ ରହିଲା ମାନସିକ । ଭଗବାନ ଶିବଙ୍କ ମୁଣ୍ଡରେ ପାଣି ଢାଳିବାକୁ ଆସି ଚାଲିଗଲା ୮ କାଉଡିଆଙ୍କ ଜୀବନ । ଶ୍ରାବଣ ମାସରେ ପାଣିଭାର ନେଇ ଯାଉଥିବାବେଳେ ପୁଣି ହୋଇଛି କାଉଡିଆଙ୍କ ମୃତ୍ୟୁ । ଏଭଳି ଦୁଃଖଦ ଘଟଣାଟି ଘଟିଛି ବିହାରରେ। ବୈଶାଲି ଜିଲା ହାଜିପୁରରୁ ପାଣି ନେଇ ଆସିବା ବେଳେ ଏପରି ଅଘଟଣ ଘଟିଛି କାଉଡିଆଙ୍କ ସହିତ । ଡିଜେ ଗାଡ଼ି ବିଦ୍ୟୁତ ସଂସ୍ପର୍ଶରେ ଆସି ହୋଇଛି ୮ କାଉଡିଆଙ୍କ ମୃତ୍ୟୁ । ଏହି ଘଟଣାରେ ୬ରୁ ଅଧିକ କାଉଡିଆ ଗୁରୁତର ଅବସ୍ଥାରେ ଭର୍ତ୍ତି ହୋଇଛନ୍ତି ହାସପାତାଳରେ।
What's Your Reaction?






