ବାଂଲାଦେଶରୁ ପଶ୍ଚିମବଙ୍ଗକୁ ଆସିବାକୁ ଯାଉଛନ୍ତି ଏକ କୋଟି ହିନ୍ଦୁ ଶରଣାର୍ଥୀ

ବାଂଲାଦେଶରେ ଜାରି ରହିଛି ହିଂସା । ଏହାରି ଭିତରେ ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀଦଳର ନେତା ସୁଭେନ୍ଦୁ ଅଧିକାରୀ ଦେଇଛନ୍ତି ଏକ ବଡ଼ ବିବୃତ୍ତି । ସେ କହିଛନ୍ତି ଯେ ବାଂଲାଦେଶରୁ ପଶ୍ଚିମବଙ୍ଗକୁ ଆସିବାକୁ ଯାଉଛନ୍ତି ଏକ କୋଟି ହିନ୍ଦୁ ଶରଣାର୍ଥୀ , ତେଣୁ ରାଜ୍ୟ ଏନେଇ ପ୍ରସ୍ତୁତ ହେବା ଉଚିତ୍। ଶୁଭେନ୍ଦୁ କହିଛନ୍ତି ବାଂଲାଦେଶରେ ହିନ୍ଦୁମାନଙ୍କର ନରସଂହାର ଘଟୁଛି, ଯେଉଁଥିରେ ରଙ୍ଗପୁରରେ ମ୍ୟୁନିସିପାଲିଟି କାଉନସିଲର ହରଧନ ନାୟକଙ୍କ ହତ୍ୟା ଏବଂ ସିରାଜଗଞ୍ଜର ପୁଲିସ୍ ଷ୍ଟେସନରେ ୧୩ ଜଣ ପୋଲିସ କର୍ମଚାରୀଙ୍କ ହତ୍ୟା ରହିଛି ଅନ୍ତର୍ଭୁକ୍ତ। ସେଥିମଧ୍ୟରୁ ୯ ଜଣ ଅଛନ୍ତି ହିନ୍ଦୁ । ନୋଆଖଲିରେ ହିନ୍ଦୁମାନଙ୍କ ଘର ପୋଡି ଦିଆଯାଇଛି। ଶୁଭେନ୍ଦୁ ଏହି ପ୍ରସଙ୍ଗରେ ଭାରତ ସରକାରଙ୍କ ସହ ଆଲୋଚନା କରିବାକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ରାଜ୍ୟପାଳଙ୍କୁ କରିଛନ୍ତି ଅନୁରୋଧ ।
What's Your Reaction?






