ବିଧାନସଭାରେ ସାମ୍ଵାଦିକଙ୍କୁ ମୋବାଇଲ ମନା

ବିଧାନସଭାରେ ସାମ୍ଵାଦିକଙ୍କୁ ମୋବାଇଲ ମନା। ଏହାର ପ୍ରତିବାଦ କରିଛନ୍ତି ସାମ୍ଵାଦିକମାନେ। ବିଧାନସଭା ପରିସରରେ ଗାନ୍ଧିମୂର୍ତ୍ତୀ ତଳେ ସାମ୍ବାଦିକମାନେ ଦେଇଛନ୍ତି ଧାରଣା। ଏହା ସହ ପ୍ରେସ ଗ୍ୟାଲେରୀକୁ ମଧ୍ୟ କରିଛନ୍ତି ବୟକଟ। ସାମ୍ବାଦିକମାନଙ୍କ କଣ୍ଠରୋଧ କରିଛନ୍ତି ବାଚସ୍ପତି। ମୋବାଇଲ ଫୋନ ବ୍ୟାନ କରି ସାମ୍ବାଦିକଙ୍କ ଖବର ସଂଗ୍ରହ ଓ ପ୍ରସାର କ୍ଷମତା କ୍ଷୁର୍ଣ୍ଣ କରିବାକୁ ଷଡଯନ୍ତ୍ର ବିରୋଧରେ ଗୃହରୁ ଖବର ସଂଗ୍ରହ ବଏକଟ କରି ପ୍ରତିବାଦ କରୁଛନ୍ତି ସାମ୍ବାଦିକ । ଗତକାଲି ବିରୋଧୀଙ୍କ ସ୍ୱର ଚାପିଥିଲେ ସରକାର. ଆଜି ଗଣମାଧ୍ୟମର ସ୍ୱର ଚାପିଲେ ବୋଲି କହି ଧାରଣାରେ ବସିଛନ୍ତି ସାମ୍ୱାଦିକ ।ଅନ୍ୟପଟେଏହି ପ୍ରସଙ୍ଗରେ ବର୍ଷିଛି ବିଜେଡି । ବିଧାୟକ ଅରୁଣ ସାହୁ କହିଛନ୍ତି, କେଉଁ କଥାକୁ ଘୋଡାଇବାକୁ ଚାହୁଁଛନ୍ତି ସରକାର, ତାହା ସ୍ପଷ୍ଟ କରନ୍ତୁ । ଟିକିନିଖି ଖବର ଦେବାର ଅଧିକାର ସାମ୍ବାଦିକମାନଙ୍କର ଅଛି। ଆମେ ସାମ୍ବାଦିକମାନଙ୍କ ସହ ଅଛୁ ଓ ରହିବୁ।
What's Your Reaction?






