ଭାରତ-ବାଂଲାଦେଶ ସୀମାରେ ସ୍ଥିତି ବିଗିଡ଼ିବାର ଆଶଙ୍କା

Aug 6, 2024 - 10:58
 0  5
ଭାରତ-ବାଂଲାଦେଶ ସୀମାରେ ସ୍ଥିତି ବିଗିଡ଼ିବାର ଆଶଙ୍କା

ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଇସ୍ତଫା ଦେଇ ଭାରତରେ ନେଇଛନ୍ତି ଶରଣ। ଫଳରେ ଶରଣାର୍ଥୀମାନେ ସୀମା ଡେଇଁ ଭାରତକୁ ପ୍ରବେଶ କରିବାର ରହିଛି ଆଶଙ୍କା ।ତେଣୁ କୌଣସି ବି ଅପ୍ରିତିକର ପରିସ୍ଥିତିକୁ ଏଡ଼ାଇବାକୁ ଆଗୁଆ ସଜାଗ ହୋଇଯାଇଛନ୍ତି ଭାରତ ସରକାର । ସୀମାରେ ଅଧିକ ସଂଖ୍ୟକ ବିଏଏସଏଫ ଯବାନଙ୍କୁ କରାଯାଇଛି ନିୟୋଜିତ। ଏହାରି ମଧ୍ୟରେ ବିଏସଏଫ ଡିଜି ମଙ୍ଗଳବାର ଦ୍ୱିତୀୟ ଥର ପାଇଁ ସୀମା ଗସ୍ତ କରିଛନ୍ତି ସ୍ଥିତି ପରଖିବାକୁ। ସେ ପେଟ୍ରାପୋଲ ଏବଂ ପରଗନା ଭଳି ସମ୍ବେଦନଶୀଳ ସ୍ଥାନରେ ସ୍ଥିତି କରିବେ ଅନୁଧ୍ୟାନ। ସୀମାରେ ନଦୀ, ଝରଣା ଏବଂ ଜଙ୍ଗଲ ଥିବା ଏକ ବଡ଼ ଅଞ୍ଚଳ ରହିଛି ଖୋଲା । ବିଏସ୍ଏଫ୍ କହିଛି ଯେ କେବଳ ପଶ୍ଚିମବଙ୍ଗର ୨୨୧୭ କିଲୋମିଟର ସୀମା ନୁହେଁ, ଆସାମର ୨୬୨ କିଲୋମିଟର, ତ୍ରିପୁରାର ୮୫୬ କିଲୋମିଟର ସୀମା, ମିଜୋରାମର ୩୧୮ କିଲୋମିଟର ଏବଂ ମେଘାଳୟର ୪୪୩ କିଲୋମିଟର ସୀମା ବାଂଲାଦେଶ ସହିତ କରୁଛି ସଂଯୋଗ । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନିରନ୍ତର ପରିସ୍ଥିତି ଉପରେ ରଖିଛି ନଜର । ପାଟ୍ରୋଲିଂ ବୃଦ୍ଧି ସହିତ ଡ୍ରୋନ୍ ମାଧ୍ୟମରେ ମଧ୍ୟ ରଖାଯାଇଛି ନଜର । 

What's Your Reaction?

like

dislike

love

funny

angry

sad

wow