ସୋରସ୍ଙ୍କ ସହ ସୋନିଆଙ୍କ ସଂପର୍କ ପ୍ରସଂଗରେ ପ୍ରତିକ୍ରିୟା ରଖିଲା କଂଗ୍ରେସ

ହଙ୍ଗେରୀ-ଆମେରିକୀୟ ବ୍ୟବସାୟୀ ଜର୍ଜ ସୋରୋସଙ୍କ ସହ ରହିଛି କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ସଂପର୍କ । ଭାରତ ବିରୋଧରେ ସବୁବେଳେ ବିଭ୍ରାନ୍ତିକର ତଥ୍ୟ ଦେଉଥିବା ଜର୍ଜ ସୋରୋସଙ୍କ ପାଣ୍ଠିରେ ଚାଲିଥିବା ଏନଜିଓ ଏଫ୍ଡିଏଲ୍-ଏପି ଫାଉଣ୍ଡେସନର ସହ ଅଧ୍ୟକ୍ଷ ଅଛନ୍ତି ସୋନିଆ ଗାନ୍ଧି । ଏହି ସଂସ୍ଥା ସବୁବେଳେ ଭାରତ ବିରୋଧୀ ଅଭିମୁଖ୍ୟ ଦ୍ବାରା ପରିଚାଳିତ ଥିବା ନେଇ ସଂଗୀନ ଅଭିଯୋଗ ଆଣିଛି ବିଜେପି,ଯାହାକୁ ନେଇ ଜୋର ଧରିଛି ରାଜନୀତି ।କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ କଂଗ୍ରେସକୁ କଡା ନିଶାଣ କରି କହିଛନ୍ତି ଯେ,ଏହା ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ । ଯାହାକୁ ମୁଁ ରାଜନୀତିରୁ ଦୁରେଇ ରଖି ଉଠାଇବାକୁ ଚାହୁଁଛି । ସୋନିଆ ଗାନ୍ଧି ଓ ଜର୍ଜ ସୋରୋସଙ୍କ ମଧ୍ୟରେ ଥିବା ସଂପର୍କର ଯେଉଁ କଥା ସାମ୍ନାକୁ ଆସିଛି ତାହା ବେଶ ଗୁରୁତର । ଗୋଟିଏ ପଟେ ସୋରସ୍ଙ୍କ ସହାୟତାରେ ଚାଲିଥିବା ସଂଗଠନର କାର୍ଯ୍ୟକର୍ତ୍ତା ସୋନିଆ ଥିବାବେଳେ ଅନ୍ୟ ପଟେ ତାଙ୍କ ପୁଅ ରାହୁଲ ଗାନ୍ଧି ସୋରସଙ୍କ ଭାରତ ବିରୋଧୀ ଚିନ୍ତାଧାରା ସହ ତାଳ ମିଶାଇ କାମ କରୁଛନ୍ତି । ଏହା ଏଭଳି ଏକ ସଂଗଠନ ଯାହା ସ୍ବତନ୍ତ୍ର କାଶ୍ମୀରକୁ ସମର୍ଥନ କରେ । କେବଳ ଏତିକି ନୁହେଁ ଏହି ସଂଗଠନକୁ ହଙ୍ଗେରୀ-ଆମେରିକୀୟ ବ୍ୟବସାୟୀ ଜର୍ଜ ସୋରସଙ୍କ ଫାଉଣ୍ଡେସନରୁ ଟଙ୍କା ମିଳେ ବୋଲି ଅଭିଯୋଗ କରିଛି ବିଜେପି । ତେବେ ବିରୋଧୀ ଦଳର ନେତାମାନେ ବିଜେପିର ଅଭିଯୋଗକୁ କରିଛନ୍ତି ପ୍ରତ୍ୟାଖ୍ୟାନ। କଂଗ୍ରେସ ସାଂସଦ କାର୍ତ୍ତି ଚିଦାମ୍ବରମ୍ ବିଜେପିର ଅଭିଯୋଗକୁ ଖଣ୍ଡନ କରି ସେମାନଙ୍କୁ “ଅନ୍ଧାର କଳ୍ପନା” ବୋଲି କହିଛନ୍ତି। ସେହିପରି ସମାଜବାଦୀ ପାର୍ଟିର ସାଂଦ ରାମ ଗୋପାଳ ବର୍ମା ମଧ୍ୟ ଏହାକୁ ଅସ୍ବୀକାର କରି କହିଛନ୍ତି ଯେ ‘ବିଜେପିର ଏପରି ଅଭିଯୋଗ ଏକ ନିତିଦିନିଆ କଥା’’।
What's Your Reaction?






