ଆଜମ ଖାନଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି: ଦଣ୍ଡାଦେଶ ଉପରେ ସ୍ଥଗିତାଦେଶ କାଏମ୍
ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଆଜମ ଖାନଙ୍କୁ ସୁପ୍ରିମକୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ଜାଲ ଜନ୍ମ ପ୍ରମାଣପତ୍ର ମାମଲାରେ ତାଙ୍କ ଦଣ୍ଡାଦେଶ ଉପରେ ସ୍ଥଗିତାଦେଶ କାଏମ୍ ରଖି ଆହ୍ଲାବାଦ ହାଇକୋର୍ଟଙ୍କର ରାୟ ବିରୋଧରେ ଉତ୍ତର ପ୍ରଦେଶ ସରକାରଙ୍କ ଆବେଦନକୁ ଖାରଜ କରିଛନ୍ତି।
ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଆଜମ ଖାନଙ୍କୁ ସୁପ୍ରିମକୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ଜାଲ ଜନ୍ମ ପ୍ରମାଣପତ୍ର ମାମଲାରେ ତାଙ୍କ ଦଣ୍ଡାଦେଶ ଉପରେ ସ୍ଥଗିତାଦେଶ କାଏମ୍ ରଖି ଆହ୍ଲାବାଦ ହାଇକୋର୍ଟଙ୍କର ରାୟ ବିରୋଧରେ ଉତ୍ତର ପ୍ରଦେଶ ସରକାରଙ୍କ ଆବେଦନକୁ ଖାରଜ କରିଛନ୍ତି। ମଙ୍ଗଳବାର ଶୁଣାଣି ସମୟରେ, ସୁପ୍ରିମକୋର୍ଟ ଆଜମ ଖାନଙ୍କ ପତ୍ନୀ ତାଜିନ୍ ଫାତିମା ଏବଂ ପୁଅ ଅବଦୁଲ୍ଲା ଆଜମ ଖାନଙ୍କୁ ମଧ୍ୟ ଆଶ୍ୱସ୍ତି ପ୍ରଦାନ କରି ସେମାନଙ୍କ ଆବେଦନକୁ ଗ୍ରହଣ କରିଛନ୍ତି। ଉଭୟେ ସେମାନଙ୍କୁ ସମାନ ଆଶ୍ୱସ୍ତି ପ୍ରଦାନ ନକରା ଯାଇଥିବାରୁ ହାଇକୋର୍ଟଙ୍କର ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ମାମଲାର ଶୁଣାଣି କରି ବିଚାରପତି ଦୀପଙ୍କର ଦତ୍ତା ଏବଂ ଶୀଳ ନାଗୁଙ୍କ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି।
ଏହି ମାମଲାରେ ଆଜମ ଖାନଙ୍କ ପୁଅ ଅବଦୁଲ୍ଲା ଆଜମ ଖାନଙ୍କ ପାଇଁ ଦୁଇଟି ଭିନ୍ନ ଜନ୍ମ ପ୍ରମାଣପତ୍ର ଜଡିତ। ଅଭିଯୋଗ ଥିଲା ଯେ ଅବଦୁଲ୍ଲା ଆଜମଙ୍କ ପାଇଁ ଦୁଇଟି ଜନ୍ମ ପ୍ରମାଣପତ୍ର ଜାରି କରାଯାଇଥିଲା, ପ୍ରତ୍ୟେକଟିର ଜନ୍ମ ତାରିଖ ଭିନ୍ନ ଥିଲା। ଗୋଟିଏ ପ୍ରମାଣପତ୍ରରେ ତାଙ୍କର ଜନ୍ମ ତାରିଖ ୧ ଜାନୁଆରି ୧୯୯୩ ଏବଂ ଅନ୍ୟଟିରେ ୩୦ ସେପ୍ଟେମ୍ବର ୧୯୯୦ ଉଲ୍ଲେଖ ଥିଲା।
ଆଶ୍ବସ୍ତି ପାଇଁ ପଥ ପରିଷ୍କାର
ଅଭିଯୋଗ ଅନୁଯାୟୀ, ଦ୍ୱିତୀୟ ଜନ୍ମ ତାରିଖ ଥିବା ପ୍ରମାଣପତ୍ରଟି ୨୦୧୭ ବିଧାନସଭା ନିର୍ବାଚନରେ ନାମାଙ୍କନ ଦାଖଲ କରିବା ପାଇଁ ବ୍ୟବହାର କରାଯାଇଥିଲା। ବିଜେପି ନେତା ଆକାଶ ସକ୍ସେନାଙ୍କ ଅଭିଯୋଗ ଆଧାରରେ ଏହି ମାମଲା ଦାୟର କରାଯାଇଥିଲା। ଏହି ମାମଲାରେ ଆଜମ ଖାନ, ତାଙ୍କ ପତ୍ନୀ ଏବଂ ପୁଅଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା।
ମେ’ ୨୦୨୪ରେ ଆହ୍ଲାବାଦ ହାଇକୋର୍ଟ ଆଜମ ଖାନଙ୍କ ଦୋଷୀ ସାବ୍ୟସ୍ତ ଉପରେ ସ୍ଥଗିତାଦେଶ ଲଗାଇଥିଲେ। ତେବେ ତାଙ୍କ ପତ୍ନୀ ଏବଂ ପୁଅଙ୍କୁ ଦୋଷୀ ସାବ୍ୟସ୍ତ ଆଶ୍ବସ୍ତି ଉପରେ ସ୍ଥଗିତାଦେଶ ପାଇଁ ମନା କରିଦେଇଥିଲେ। ଉତ୍ତର ପ୍ରଦେଶ ସରକାର ଆଜମ ଖାନଙ୍କୁ ଦିଆଯାଇଥିବା ଆଶ୍ବସ୍ତି ବିରୋଧରେ ଆବେଦନ କରିଥିଲେ, ଯେତେବେଳେ ଫାତିମା ଏବଂ ଅବଦୁଲ୍ଲା ଆଜମ ଆଶ୍ବସ୍ତି ପ୍ରତ୍ୟାଖ୍ୟାନକୁ ଚ୍ୟାଲେଞ୍ଜ କରିଥିଲେ। ସୁପ୍ରିମକୋର୍ଟଙ୍କ ସଦ୍ୟତମ ରାୟ ତିନୋଟି ଆପିଲରେ ଆଶ୍ବସ୍ତି ପାଇଁ ପଥ ପରିଷ୍କାର କରିଛି।
What's Your Reaction?