ଭାରତ ବିରୋଧରେ ଓଆଇସିକୁ ଅସ୍ତ୍ର ଭାବରେ ବ୍ୟବହାର କରୁଛି ପାକିସ୍ତାନ: ଜାତିସଂଘରେ ଆଇନା ଦେଖାଇଲା ଭାରତ
ଭାରତ ଜାତିସଂଘରେ ୟୁଏନ-ଓଆଇସି ସହଯୋଗ ପ୍ରସ୍ତାବ ବିରୋଧରେ ଭୋଟ୍ ଦେଇଛି। ଭାରତ ସ୍ପଷ୍ଟ ଶବ୍ଦରେ କହିଛି ଯେ, ପାକିସ୍ତାନ ଇସଲାମିକ୍ ସହଯୋଗ ସଂଗଠନ(ଓଆଇସି)କୁ ଏକ ଅସ୍ତ୍ର ଭାବରେ ବ୍ୟବହାର କରୁଛି। ଭାରତ କହିଛି ଓଆଇସି ପାକିସ୍ତାନ ଭଳି ଦେଶଗୁଡ଼ିକର ପ୍ରଭାବରେ...
ଭାରତ ଜାତିସଂଘରେ ୟୁଏନ-ଓଆଇସି ସହଯୋଗ ପ୍ରସ୍ତାବ ବିରୋଧରେ ଭୋଟ୍ ଦେଇଛି। ଭାରତ ସ୍ପଷ୍ଟ ଶବ୍ଦରେ କହିଛି ଯେ, ପାକିସ୍ତାନ ଇସଲାମିକ୍ ସହଯୋଗ ସଂଗଠନ(ଓଆଇସି)କୁ ଏକ ଅସ୍ତ୍ର ଭାବରେ ବ୍ୟବହାର କରୁଛି। ଭାରତ କହିଛି ଓଆଇସି ପାକିସ୍ତାନ ଭଳି ଦେଶଗୁଡ଼ିକର ପ୍ରଭାବରେ ଏକପାଖିଆ ବିବୃତି ଦେଉଛି। ଇରାକର ପ୍ରତିନିଧିଙ୍କ ଦ୍ୱାରା ପ୍ରସ୍ତାବ ଆଗତ କରାଯାଇଥିଲା। ଏହି ପ୍ରସ୍ତାବ ଅନ୍ତର୍ଗତ ଜାତିସଂଘ ସାଧାରଣ ସଭା ଶାନ୍ତି, ସୁରକ୍ଷା ଏବଂ ସଂଘର୍ଷ ନିବାରଣ ପାଇଁ ଦୃଢ଼ ସହଯୋଗ ପାଇଁ ଆହ୍ୱାନ କରିଥିଲା। ଏହା ସହିତ ପାଲେଷ୍ଟାଇନ ସମସ୍ୟାର ଶାନ୍ତିପୂର୍ଣ୍ଣ ସମାଧାନ ଏବଂ ଦୁଇ-ରାଷ୍ଟ୍ର ସମାଧାନ କାର୍ଯ୍ୟକାରୀ କରିବା ଉପରେ ନ୍ୟୁୟର୍କ ଘୋଷଣାନାମାକୁ ଆଗକୁ ବଢ଼ାଇବା ପାଇଁ ଉଭୟ ସଂଗଠନକୁ ଭାରତ ଉତ୍ସାହିତ କରିଛି। ଆତଙ୍କବାଦ ବିରୋଧୀ ପ୍ରୟାସ, ଇସଲାମୋଫୋବିୟା ମୁକାବିଲା ଏବଂ ମାନବାଧିକାରରେ ସହଯୋଗକୁ ଭାରତ ପକ୍ଷରୁ ସ୍ୱାଗତ କରାଯାଇଛି।
ଜାତିସଂଘରେ ଭାରତର ଉପସ୍ଥାୟୀ ପ୍ରତିନିଧି ରାଷ୍ଟ୍ରଦୂତ ଯୋଜନା ପଟେଲ ପ୍ରସ୍ତାବ ପ୍ରତି ନୂଆଦିଲ୍ଲୀର ଆପତ୍ତିକୁ ନେଇ ଏକ ଭୋଟର ବ୍ୟାଖ୍ୟା(ଇଓଭି) ଉପସ୍ଥାପନ କରିଥିଲେ। ରାଷ୍ଟ୍ରଦୂତ ପଟେଲଙ୍କ ବିବୃତି ଅନୁଯାୟୀ, ଭାରତର ବିରୋଧ ମୁଖ୍ୟତଃ ପ୍ରସ୍ତାବ ପ୍ରସ୍ତୁତ କରିବାରେ ପ୍ରତିନିଧିମଣ୍ଡଳୀକୁ ସାମିଲ ନକରିବା ଏବଂ ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ଓଆଇସିର କୌଣସି ମତ ନ ରଖିବା ଭଳି ପ୍ରସଙ୍ଗ ଉପରେ ଆଧାରିତ ଥିଲା।
ଅନ୍ତର୍ଭୁକ୍ତିମୂଳକ ପରାମର୍ଶର ଅଭାବ ଅଛି
ଭାରତ ଇସଲାମିକ ସହଯୋଗ ସଂଗଠନ ଏବଂ ଜାତିସଂଘ ମଧ୍ୟରେ ସହଯୋଗ ସମ୍ପର୍କିତ ପ୍ରସ୍ତାବ ବିରୋଧରେ ଭୋଟ ଦେଇ ଭାରତୀୟ ପ୍ରତିନିଧି ପାକିସ୍ତାନର ନାମ ନନେଇ କହିଛନ୍ତି, ଏହା ଦୁଃଖଦ ଯେ, ଇସଲାମିକ ସହଯୋଗ ସଂଗଠନ ଏହାର ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରୁ ଗୋଟିଏକୁ ଭାରତ ବିରୋଧରେ ମିଥ୍ୟା ଏବଂ ମନଗଢ଼ା କାହାଣୀ ପ୍ରସାର କରିବା ପାଇଁ ଅନୁମତି ଦେଉଛି। ବିଶେଷକରି ଆମର ଆଭ୍ୟନ୍ତରୀଣ ବ୍ୟାପାର ସମ୍ପର୍କରେ ଏଭଳି କାହାଣୀର ପ୍ରସାର କରାଯାଉଛି। ଭାରତ ଲଗାତାର ଏପରି ପ୍ରସ୍ତାବକୁ ବିରୋଧ କରିଆସିଛି ଯେଉଁଥିରେ ଅନ୍ତର୍ଭୁକ୍ତିମୂଳକ ପରାମର୍ଶର ଅଭାବ ଅଛି ଏବଂ ପ୍ରକୃତ ବହୁପାକ୍ଷିକ ସହମତିକୁ ଏଥିରେ ପ୍ରତିଫଳନ କରାଯାଉନାହିଁ। ଦଳୀୟ ଭୂ-ରାଜନୈତିକ ଏଜେଣ୍ଡାକୁ ଆଗକୁ ବଢ଼ାଇବା ପାଇଁ ଜାତିସଂଘ ପ୍ଲାଟଫର୍ମ ବ୍ୟବହାର କରିବାର ଯେକୌଣସି ପ୍ରୟାସକୁ ଆମେ ପ୍ରତ୍ୟାଖ୍ୟାନ କରୁଛୁ।
କାଶ୍ମୀର, ମୁସଲମାନ ଏବଂ ସଂଖ୍ୟାଲଘୁ ଭଳି ପ୍ରସଙ୍ଗରେ ଓଆଇସି ପ୍ରାୟତଃ ଭାରତ ବିରୋଧରେ ବିବୃତି ଜାରି କରିଥାଏ। ଭାରତ ଏହି ବିବୃତିଗୁଡ଼ିକୁ ଅପପ୍ରଚାର ବୋଲି କହି ନିରନ୍ତର ଖଣ୍ଡନ କରିଆସିଛି। ଓଆଇସି ନିଜର ଏଜେଣ୍ଡା ଅନୁସରଣ କରିଥାଏ ଏବଂ କେବେବି ମାନବାଧିକାର ଭଳି ପ୍ରସଙ୍ଗ ପ୍ରତି ଚିନ୍ତିତ ନଥାଏ। ଯଦି ଓଆଇସି ମାନବାଧିକାର ପ୍ରତି କୌଣସି ଚିନ୍ତା ଥାଆନ୍ତା, ତେବେ ସାଉଦି ଆରବ ଏବଂ ଇରାନ ଭଳି ଦେଶରେ ପ୍ରତିଦିନ ହେଉଥିବା ମୃତ୍ୟୁଦଣ୍ଡ ବିରୋଧରେ ବିବୃତି ଜାରି କରିଥାଆନ୍ତା ବୋଲି ସେ ଅଭିଯୋଗ ଆଣି ଓଆଇସିକୁ ଆଇନା ଦେଖାଇଛନ୍ତି।
What's Your Reaction?