ବାଂଲାଦେଶରେ ସଂରକ୍ଷଣ ବିରୋଧରେ ଛାତ୍ରଙ୍କ ବିରୋଧ, ଗଲାଣି ୯୫ ଜୀବନ

Aug 5, 2024 - 09:34
 0  2
ବାଂଲାଦେଶରେ ସଂରକ୍ଷଣ ବିରୋଧରେ ଛାତ୍ରଙ୍କ ବିରୋଧ, ଗଲାଣି ୯୫ ଜୀବନ

ବାଂଲାଦେଶରେ ସଂରକ୍ଷଣ ବିରୋଧରେ ଜାରି ରହିଛି ଛାତ୍ରଙ୍କ ବିରୋଧ । ସେପଟେ ରବିବାର ସନ୍ଧ୍ୟା ୬ଟାରୁ ବାଂଲାଦେଶରେ କର୍ଫ୍ୟୁ ଲାଗୁ କରିବାକୁ ଘୋଷଣା କରିଛନ୍ତି ବାଂଲାଦେଶ ସରକାର । ବାଂଲାଦେଶରେ ହୋଇଥିବା ହିଂସାରେ ପ୍ରାଣ ହରାଇଛନ୍ତି ୯୫ରୁ ଅଧିକ ଲୋକ । ବାଂଲାଦେଶରେ ମଧ୍ୟ ଘୋଷଣା କରାଯାଇଛି ତିନି ଦିନିଆ ଛୁଟି । ବିକ୍ଷୋଭ ପ୍ରଦର୍ଶନ କରୁଥିବା ଛାତ୍ରମାନେ ଦାବି କରୁଛନ୍ତି ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଇସ୍ତଫା ।  ସେପଟେ ବାଂଲାଦେଶ ଗୃହ ମନ୍ତ୍ରଣାଳୟ ରବିବାର ସନ୍ଧ୍ୟା ୬ଟାରୁ ସାରା ଦେଶରେ କର୍ଫ୍ୟୁ ଘୋଷଣା କରିଛି। କର୍ଫ୍ୟୁ ସମୟରେ ଫେସବୁକ୍, ହ୍ୱାଟସ୍ ଆପ୍, ଇନଷ୍ଟାଗ୍ରାମ, ମୋବାଇଲ୍ ଇଣ୍ଟରନେଟ୍ ବନ୍ଦ ରହିବ।
ବାଂଲାଦେଶରେ ସାମ୍ପ୍ରତିକ ସମ୍ବେଦନଶୀଳ ପରିସ୍ଥିତିକୁ ଦୃଷ୍ଟିରେ ରଖି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ରବିବାର ଦିନ ଦେଇଥିବା ବିବୃତ୍ତିରେ କହିଛି ଯେ ବର୍ତ୍ତମାନର ବିକାଶକୁ ଦୃଷ୍ଟିରେ ରଖି ଭାରତୀୟ ନାଗରିକଙ୍କୁ ଅଧିକ ନିର୍ଦ୍ଦେଶ ନହେବା ପର୍ଯ୍ୟନ୍ତ ବାଂଲାଦେଶ ନ ଯିବାକୁ କଡା ଦିଆଯାଇଛି ପରାମର୍ଶ । ବାଂଲାଦେଶରେ ଉପସ୍ଥିତ ଥିବା ସମସ୍ତ ଭାରତୀୟ ନାଗରିକଙ୍କୁ ମଧ୍ୟ ଅତ୍ୟଧିକ ସତର୍କତା ଅବଲମ୍ବନ କରିବାକୁ, ସେମାନଙ୍କ ଗତିବିଧି ସୀମିତ ରଖିବାକୁ ଏବଂ ଜରୁରୀକାଳୀନ ଫୋନ୍ ନମ୍ବର 8801958383679, 8801958383680, 8801937400591 ମାଧ୍ୟମରେ ଢାକାରେ ଥିବା ଭାରତୀୟ ହାଇ କମିଶନଙ୍କ ସହ ଯୋଗାଯୋଗରେ ରହିବାକୁ ପରାମର୍ଶ ଦିଆଯାଇଛି। ବାଂଲାଦେଶରେ ଆସିଷ୍ଟାଣ୍ଟ ହାଇ କମିଶନ ଅଫ୍ ଇଣ୍ଡିଆ ଦ୍ୱାରା ଜାରି ଏକ ସୋସିଆଲ୍ ମିଡିଆ ପୋଷ୍ଟରେ କୁହାଯାଇଛି ଯେ ସିଲହେଟରେ ଥିବା ଭାରତୀୟ ଆସିଷ୍ଟାଣ୍ଟ ହାଇ କମିଶନଙ୍କ ଅଧୀନରେ ରହୁଥିବା ଛାତ୍ରଙ୍କ ସମେତ ସମସ୍ତ ଭାରତୀୟ ନାଗରିକଙ୍କୁ ଏହି କାର୍ଯ୍ୟାଳୟ ସହ ଯୋଗାଯୋଗରେ ରହିବାକୁ ଏବଂ ସତର୍କ ରହିବାକୁ ଅନୁରୋଧ କରାଯାଇଛି। ଜରୁରୀକାଳୀନ ପରିସ୍ଥିତି ପାଇଁ ଯୋଗାଯୋଗ କ୍ଷେତ୍ରରେ + 88-01313076402 ନମ୍ବର ଜାରି କରାଯାଇଛି। 

What's Your Reaction?

like

dislike

love

funny

angry

sad

wow