ଆଜି ରତ୍ନ ସିଂହାସନରେ ଅନୁଷ୍ଠିତ ହେବ ଦାରୁବ୍ରହ୍ମଙ୍କ ଖସାପଡ଼ା ନୀତି।

Aug 5, 2024 - 09:25
 0  4
ଆଜି ରତ୍ନ ସିଂହାସନରେ ଅନୁଷ୍ଠିତ ହେବ ଦାରୁବ୍ରହ୍ମଙ୍କ ଖସାପଡ଼ା ନୀତି।

ଆଜି ରତ୍ନ ସିଂହାସନରେ ଅନୁଷ୍ଠିତ ହେବ ଦାରୁବ୍ରହ୍ମଙ୍କ ଖସାପଡ଼ା ନୀତି। ଏଥିପାଇଁ ଅପରାହ୍ଣ ୫ଟା ଠାରୁ ରାତି ୯ଟା ପର୍ଯ୍ୟନ୍ତ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ । ଦ୍ବିତୀୟ ଭୋଗ ମଣ୍ଡପ ନୀତି ପରେ ଭିତରୁ ଜୟବିଜୟ ଦ୍ବାରକରାଯିବ ବନ୍ଦ। ଠାକୁରଙ୍କୁ ମହାସ୍ନାନ କରାଯିବ ଖସାପଡ଼ା ନୀତି ଶେଷ ହେବା ପରେ । ପରମ୍ପରା ଅନୁଯାୟୀ ଅନୁଷ୍ଠିତ ହେବ ଅନ୍ୟାନ୍ୟ ନୀତିକାନ୍ତି ।ଶ୍ରୀମନ୍ଦିରର ବିଭିନ୍ନ ପରମ୍ପରା ମଧ୍ୟରୁ ଶ୍ରୀଜିଉଙ୍କ ଖସାପଡା ନୀତି ଅନ୍ୟତମ । ଏହା ଏକ ଗୁପ୍ତ ସେବା ହେଇଥିବାରୁ ବେଶ ଦର୍ଶନ ରେ ବଞ୍ଚିତ ରହିବେ ଶ୍ରଦ୍ଧାଳୁ। ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଶ୍ରୀପୟର ସୁରକ୍ଷା ପାଇଁ ଏହି ନୀତି ଅନୁଷ୍ଠିତ ହୋଇଥାଏ। ରଥଯାତ୍ରା ଅବସରରେ ଠାକୁରଙ୍କ ଶ୍ରୀଅଙ୍ଗକୁ ବାଧା ପହଞ୍ଚିଥାଏ। ଏଣୁ ଖସାପଡା ନୀତିରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷିତ ହୁଏ। ଏହା ଦଇତା ପତି ସେବାୟତ ମାନଙ୍କର ଗୋଷ୍ଠି ଗତ ଏବଂ ଗୁପ୍ତ ସେବା ଅଟେ । ବର୍ଷକୁ ୨ ରୁ ୩ ଥର ଏହି ଗୁପ୍ତ ସେବା ଅନୁଷ୍ଠିତ ହୋଇଥାଏ । ଏହା ପରେ ପୁନଃ ଠାକୁରଙ୍କୁ  ଶ୍ରଦ୍ଧାଳୁ ଭକ୍ତମାନେ ଦର୍ଶନ କରିବାର ସୁଯୋଗ ପାଇବେ ।  

What's Your Reaction?

like

dislike

love

funny

angry

sad

wow