ଭାରତୀୟ ତଟରକ୍ଷୀ ବାହିନୀର ଏକ ହେଲିକପ୍ଟର ହୋଇଛି ଦୁର୍ଘଟଣା ଗ୍ରସ୍ତ

Sep 3, 2024 - 15:01
 0  2
ଭାରତୀୟ ତଟରକ୍ଷୀ ବାହିନୀର ଏକ ହେଲିକପ୍ଟର ହୋଇଛି ଦୁର୍ଘଟଣା ଗ୍ରସ୍ତ

ଭାରତୀୟ ତଟରକ୍ଷୀ ବାହିନୀର ଏକ ହେଲିକପ୍ଟର ହୋଇଛି ଦୁର୍ଘଟଣା ଗ୍ରସ୍ତ। ଗୁଜୁରାଟର ପୋର ବନ୍ଦର ନିକଟରେ ଜରୁରୀ ଅବତରଣବେଳେ ଘଟିଛି ଏହି ଦୁର୍ଘଟଣା । ଏହି ଦୁର୍ଘଟଣାରେ ୨ କୋଷ୍ଟଗାର୍ଡ ପାଇଲଟଙ୍କ ସମେତ ୩ ଅଛନ୍ତି ନିଖୋଜ । ସମସ୍ତଙ୍କୁ ଉଦ୍ଧାର କରିବାକୁ ଜାରି ରହିଛି ତଲାସୀ ଅଭିଯାନ। ଭାରତୀୟ ତଟରକ୍ଷୀ ବାହିନୀର ସୂଚନା ମୁତାବକ, ସୋମବାର ରାତି ପ୍ରାୟ ୧୧ଟା ସମୟରେ ଭାରତୀୟ ତଟରକ୍ଷୀ ବାହିନୀର ଏକ ହେଲିକପ୍ଟର ଭରି ଥିଲା ଉଡ଼ାଣ। ହରି ଲୀଲା ତେଲ ଟ୍ୟାଙ୍କରରୁ ଏକ ଜରୁରୀ କଲ୍ ପାଇ ଉଦ୍ଧାର କାର୍ଯ୍ୟ ପାଇଁ ହେଲିକପ୍ଟର ଯାତ୍ରା ଆରମ୍ଭ କରିଥିଲା । କିନ୍ତୁ ମଝି ଆକାଶରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଆରବ ସାଗରର ନିକଟସ୍ଥ ପୋର ବନ୍ଦର ଅଞ୍ଚଳରେ ଜରୁରୀ ଅବତରଣ କରିଥିଲା, ହାର୍ଡ ଲ୍ୟାଣ୍ତିଂ ଯୋଗୁଁ ହେଲିକେପ୍ଟରଟି ସମୁଦ୍ରରେ ପଡ଼ି ଯାଇଥିଲା । ହେଲିକପ୍ଟରେର ଥିବା ୪ ଜଣଙ୍କ ମଧ୍ୟରୁ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ୨ କୋଷ୍ଟଗାର୍ଡ ପାଇଲଟଙ୍କ ସମେତ ୩ ଜଣ ଅଛନ୍ତି ନିଖୋଜ । ସେମାନଙ୍କୁ ଉଦ୍ଧାର କରିବାକୁ ୪ଟି ଜାହାଜ ଓ ୨ଟି ଏୟାରକ୍ରାଫ୍ଟ ନିୟୋଜିତ କରାଯାଇଛି । 

What's Your Reaction?

like

dislike

love

funny

angry

sad

wow