ରବିବାର ହୀରାକୁଦରୁ ନିଷ୍କାସିତ ହେବ ଚଳିତବର୍ଷର ପ୍ରଥମ ବନ୍ଯାଜଳ ।

Jul 25, 2024 - 16:28
 0  2
ରବିବାର ହୀରାକୁଦରୁ ନିଷ୍କାସିତ ହେବ ଚଳିତବର୍ଷର ପ୍ରଥମ ବନ୍ଯାଜଳ ।

ଆସନ୍ତା ୨୮ ତାରିଖରେ ଖୋଲିବ ହୀରାକୁଦ ଗେଟ୍ । ରବିବାର ହୀରାକୁଦରୁ ନିଷ୍କାସିତ ହେବ ଚଳିତବର୍ଷର ପ୍ରଥମ ବନ୍ଯାଜଳ । ଏନେଇ ହୀରାକୁଦ ବନ୍ଧ ମୁଖ୍ୟ ଯନ୍ତ୍ରୀ ସୂଚନା ଦେଇଛନ୍ତି । ବନ୍ଯାଜଳ ଛଡ଼ାଯିବା ଆଗରୁ ମହାନଦୀ ତଳ ମୁଣ୍ଡରେ ଥିବା ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କତା ଜାରି କରାଯାଇଛି । ବର୍ତ୍ତମାନ ମହାନଦୀର ଉପରମୁଣ୍ଡ ଛତିଶଗଡ଼ରେ ପ୍ରବଳ ବର୍ଷା ହେଉଛି । ଚଳିତ ବର୍ଷ ପ୍ରଥମ ଥର ପାଇଁ ୧ ଲକ୍ଷ ୭୦ ହଜାର ଘନଫୁଟରୁ ଅଧିକ ବନ୍ୟାଜଳ ପ୍ରବେଶ କରୁଛି । ହୀରାକୁଦର ଜଳଭଣ୍ଡାରର ଜଳସ୍ତର ଏବେ ୬୦୫ ଫୁଟରେ ପହଞ୍ଚିଛି । ଗେଟ୍ ଖୋଲିବା ସମୟରେ ଜଳସ୍ତର ୬୧୫ ଫୁଟ ଥିବ ବୋଲି ସୂଚନା ମିଳିଛି । 

What's Your Reaction?

like

dislike

love

funny

angry

sad

wow