ସନ୍ଦେଶଖାଲି ମାମଲାରେ ସିବିଆଇ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ

Jul 8, 2024 - 16:59
 0  4
ସନ୍ଦେଶଖାଲି ମାମଲାରେ ସିବିଆଇ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ

ପୁଣି ସୁପ୍ରିମକୋର୍ଟଙ୍କ ପକ୍ଷରୁ ମମତା ବାନାର୍ଜୀଙ୍କୁ ଲାଗିଛି ବଡ଼ ଝଟ୍‍କା ।  ଆଜି କୋର୍ଟ ମମତା ସରକାରଙ୍କ ସମସ୍ତ ଯୁକ୍ତିକୁ ଏଡ଼ାଇ ସନ୍ଦେଶଖାଲି ମାମଲାରେ ସିବିଆଇ ଯାଞ୍ଚ ପାଇଁ ଦେଇଛନ୍ତି ନିର୍ଦ୍ଦେଶ । ଖାଲି ସେତିକି ନୁହେଁ ହାଇକୋର୍ଟ ଦେଇଥିବା ରାୟକୁ କାଏମ ରଖି ‘ଏକ ରାଜ୍ୟ କାହିଁକି କୌଣସି ଜଣେ ବ୍ୟକ୍ତିର ସ୍ୱାର୍ଥ ପାଇଁ ଏତେ ଚିନ୍ତିତ’ ବୋଲି କରିଛନ୍ତି ପ୍ରଶ୍ନ । ବି. ଗବାଇ ଓ କେ ବିଶ୍ୱନାଥନଙ୍କୁ ନାଇ ଗଠତ ଖଣ୍ଡପୀଠ ମାମଲାକୁ  ଶୁଣି କହିଛନ୍ତି,  ‘ଏହା ସନ୍ଦେଶଖାଲିକୁ ନେଇ ଆଧାରିତ। ଅନେକ ଦିନ ହୋଇଗଲାଣି ପଶ୍ଚିମବଙ୍ଗ ସରକାର ଏ ବିଷୟରେ କୌଣସି ଧ୍ୟାନ ଦେଇ ନାହିଁ’। ଅପରପକ୍ଷେ ୪ ବର୍ଷ ପୂର୍ବେ ଏତଲା ଦାଏର କରାଯାଇଥିଲା। କେତେ ମାମଲାକୁ ସମାଧାନ କରାଯାଇଛି? ବୋଲି କୋର୍ଟ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ଯୁକ୍ତି ରଖୁଥିବା ଓକିଲ ଅଭିଶେକ ମନୁ ସିଙ୍ଗଭିଙ୍କୁ ପ୍ରଶ୍ନ କରିଛନ୍ତି ।

What's Your Reaction?

like

dislike

love

funny

angry

sad

wow