୧୨ ଘଣ୍ଟିଆ ମାଲକାନଗିରି ବନ୍ଦ

Aug 16, 2024 - 12:04
 0  5
୧୨ ଘଣ୍ଟିଆ ମାଲକାନଗିରି ବନ୍ଦ

ଶୁକ୍ରବାର ୧୨ ଘଣ୍ଟିଆ ମାଲକାନଗିରି ବନ୍ଦ କରାଯାଇଛି ପାଳନ । ମାଲକାନଗିରି ଜିଲା ହିନ୍ଦୁ ଜାଗରଣ ମଞ୍ଚ ପକ୍ଷରୁ କରାଯାଇଛି ବନ୍ଦ ପାଳନ। ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଚାଲିଥିବା ଅତ୍ୟାଚାର ବନ୍ଦ ଏବଂ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ବିରୋଧରେ ଦିଆଯାଇଛି ଏହି ବନ୍ଦ ଡାକରା। ଏହି ବନ୍ଦ ପାଳନ ପ୍ରଭାବରେ ସମସ୍ତ ଦୋକାନ ବଜାର, ଶିକ୍ଷାନୁଷ୍ଠାନ ସହ ଗାଡ଼ି ଚଳାଚଳ ରହିଛି ବନ୍ଦ । ଫଳରେ ଜନସାଧାରଣ ହୋଇଛନ୍ତି ନାନା ହଇରାଣ ହରକତ । ଏହି ବନ୍ଦ ପାଳନ ଜାରି ରହିବ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ।

What's Your Reaction?

like

dislike

love

funny

angry

sad

wow