୯ ମାସ ବେରୋଜଗାର ରହିବା ପରେ ମିଳିଲା ଚାକିରି, ହେଲେ କାମରେ ଯୋଗ ଦେବାର ଘଣ୍ଟାଏ ପରେ ଛଟେଇ
ପ୍ରଥମ ଦିନକୁ ନେଇ ସେ ବେଶ୍ ଉତ୍ସାହିତ ଥିଲେ। ରାତିରେ ଗାଧୋଇ ନୂଆ ଶାର୍ଟ ବାହାର କରି ରଖିଥିଲେ । ସକାଳୁ ଠିକ୍ ସମୟରେ ପ୍ରସ୍ତୁତ ହୋଇ ଅଫିସରେ ପହଞ୍ଚିଥିଲେ । ସୁପରଭାଇଜର ତାଙ୍କୁ ଅଫିସର ବିଭିନ୍ନ ସ୍ଥାନ ବୁଲାଇ ଦେଖାଇବା ସହ କର୍ମଚାରୀମାନଙ୍କ ସହ ପରିଚିତ କରାଇଥିଲେ । ନୂଆ ଅଫିସ ମଧ୍ୟ ତାଙ୍କୁ ପସନ୍ଦ ଆସିଥିଲା ।
ହେଲେ ଖୁସିର ଏହି ମୁହୂର୍ତ୍ତ ବେଶି ସମୟ ରହିଲା ନାହିଁ । ଚାକିରିରେ ଯୋଗଦେବାର ପ୍ରାୟ ଅଢ଼େଇ ଘଣ୍ଟା ପରେ ତାଙ୍କୁ ଅଫିସ ଛାଡ଼ିବାକୁ କୁହାଗଲା ।
ଟେମ୍ପ ଏଜେନ୍ସି ପକ୍ଷରୁ ତାଙ୍କୁ ଏହାର କାରଣ ଭାବେ ହାଇଜିନ୍ ଇସ୍ୟୁ ବା ପରିଚ୍ଛନ୍ନତା ସମ୍ପର୍କିତ ସମସ୍ୟା ବୋଲି କୁହାଯାଇଥିବା ସେ ଦାବି କରିଛନ୍ତି ।
ପ୍ରାୟ ୯ ମାସ ଧରି ଚାକିରି ଖୋଜିବା ପରେ ଶେଷରେ ମିଳିଥିଲା ନୂଆ ଚାକିରି । ସମସ୍ତଙ୍କ ସହ ଖୁସି ଘରେ ବାଣ୍ଟିବା ପାଇଁ ପ୍ରସ୍ତୁତି ସରିନଥିଲା ଚାଲିଗଲା ଚାକିରି । ଚାକିରି ଯିବାର କାରଣ ଶୁଣିଲେ ଆପଣବି ହୋଇଯିବେ ଆଶ୍ଚର୍ୟ୍ୟ । ହାଇଜିନ୍ ସମସ୍ୟା କହି ବିଦା କରିଦେଲା କମ୍ପାନୀ । ଏଭଳି ଘଟଣା ଆମେରିକାର ଜଣେ ବ୍ୟକ୍ତି ସହ ଘଟିଛି । ଭାବିଥିଲେ, ଦୀର୍ଘଦିନର କଷ୍ଟର ଅନ୍ତ ହେଲା । କିନ୍ତୁ ଚାକିରିର ପ୍ରଥମ ଦିନ ହିଁ ତାଙ୍କ ପାଇଁ ପାଲଟିଗଲା ଅପ୍ରତ୍ୟାଶିତ ଅନୁଭୂତିରେ । ଅଫିସରେ ପହଞ୍ଚିବାର ମାତ୍ର ଅଢ଼େଇ ଘଣ୍ଟା ପରେ ତାଙ୍କୁ ଚାକିରିରୁ ବିଦାୟ ନେବାକୁ କୁହାଯାଇଥିଲା । ବ୍ୟକ୍ତିଜଣକ ନିଜର ଏହି ଅନୁଭୂତିକୁ ରେଡିଟ୍ରେ ସେୟାର କରିଛନ୍ତି । ତାଙ୍କ କହିବା ଅନୁସାରେ, ପ୍ରାୟ ସାଢ଼େ ୯ ମାସ ଧରି ସେ ବେକାର ଥିଲେ । ଏହି ସମୟ ମଧ୍ୟରେ ତାଙ୍କ ବେକାରି ଭତ୍ତା ମଧ୍ୟ ଶେଷ ହୋଇଯାଇଥିଲା । ତେଣୁ ନୂଆ ଚାକିରି ମିଳିବା ତାଙ୍କ ପାଇଁ କେବଳ ଏକ ଚାକିରି ନୁହେଁ, ବରଂ ଆର୍ଥିକ ଭାବେ ପୁଣି ନିଜ ଗୋଡ଼ରେ ଠିଆ ହେବାର ଆଶା ଥିଲା । ଆହୁରି ଖାସ୍ କଥା ହେଉଛି, ଏହି ଚାକିରିରେ ତାଙ୍କୁ ପୂର୍ବ ଚାକିରିଠାରୁ ଅଧିକ ଦରମା ମିଳିବାର ଥିଲା ।
ପ୍ରଥମ ଦିନକୁ ନେଇ ସେ ବେଶ୍ ଉତ୍ସାହିତ ଥିଲେ। ରାତିରେ ଗାଧୋଇ ନୂଆ ଶାର୍ଟ ବାହାର କରି ରଖିଥିଲେ । ସକାଳୁ ଠିକ୍ ସମୟରେ ପ୍ରସ୍ତୁତ ହୋଇ ଅଫିସରେ ପହଞ୍ଚିଥିଲେ । ସୁପରଭାଇଜର ତାଙ୍କୁ ଅଫିସର ବିଭିନ୍ନ ସ୍ଥାନ ବୁଲାଇ ଦେଖାଇବା ସହ କର୍ମଚାରୀମାନଙ୍କ ସହ ପରିଚିତ କରାଇଥିଲେ । ନୂଆ ଅଫିସ ମଧ୍ୟ ତାଙ୍କୁ ପସନ୍ଦ ଆସିଥିଲା । ହେଲେ ଖୁସିର ଏହି ମୁହୂର୍ତ୍ତ ବେଶି ସମୟ ରହିଲା ନାହିଁ । ଚାକିରିରେ ଯୋଗଦେବାର ପ୍ରାୟ ଅଢ଼େଇ ଘଣ୍ଟା ପରେ ତାଙ୍କୁ ଅଫିସ ଛାଡ଼ିବାକୁ କୁହାଗଲା । ଟେମ୍ପ ଏଜେନ୍ସି ପକ୍ଷରୁ ତାଙ୍କୁ ଏହାର କାରଣ ଭାବେ ହାଇଜିନ୍ ଇସ୍ୟୁ ବା ପରିଚ୍ଛନ୍ନତା ସମ୍ପର୍କିତ ସମସ୍ୟା ବୋଲି କୁହାଯାଇଥିବା ସେ ଦାବି କରିଛନ୍ତି ।
ସବୁଠାରୁ ଅଧିକ ଆଶ୍ଚର୍ୟ୍ୟର କଥା ହେଉଛି, ନୂଆ ଚାକିରି ପାଇଁ ସେ ନିଜକୁ ସଫାସୁତୁରା ରଖିବା ସହ ନୂଆ ପୋଷାକ ପିନ୍ଧି ଅଫିସ ଯାଇଥିବା କହିଛନ୍ତି । ତେଣୁ ‘ହାଇଜିନ୍ ଇସ୍ୟୁ’ ଶୁଣି ସେ ନିଜେ ମଧ୍ୟ ଚକିତ ହୋଇଯାଇଥିଲେ । ୯ ମାସର ଅପେକ୍ଷା ପରେ ମିଳିଥିବା ଚାକିରି ଏତେ କମ୍ ସମୟରେ ହାତଛଡ଼ା ହେବା ଘଟଣା ତାଙ୍କୁ ନିଶ୍ଚିତ ଭାବେ ନିରାଶ କରିଛି। ତାଙ୍କ ରେଡିଟ୍ ପୋଷ୍ଟ ପରେ ଏହି ଘଟଣାକୁ ନେଇ ଅନଲାଇନ୍ରେ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି ।
What's Your Reaction?