ଅଗ୍ନି ନିରାପତ୍ତା ନଥିଲେ ହୋଇଯାଆନ୍ତୁ ସାବଧାନ, ଆଜିଠାରୁ ସରପ୍ରାଇଜ ଯାଞ୍ଚ

Sep 15, 2026 - 13:28
 0  0
ଅଗ୍ନି ନିରାପତ୍ତା ନଥିଲେ ହୋଇଯାଆନ୍ତୁ ସାବଧାନ, ଆଜିଠାରୁ ସରପ୍ରାଇଜ ଯାଞ୍ଚ

ଆବଶ୍ୟକତା ଯାଞ୍ଚ ପରେ, ପ୍ରମାଣପତ୍ର ମିଳୁଛି ସତ ହେଲେ ଏହାକୁ ଅଗ୍ନିସୁରକ୍ଷା  ଆଇନ ଓ ଅଧିନିୟମକୁ ମାନୁ ନଥିବା ଅମାନିଆଙ୍କୁ ଖୋଜି ବାହାର କରିବା ସହ ନୋଟିସ କରିବ ଅଗ୍ନିଶମ ବିଭାଗ । 

ଆଜିଠୁ ଆରମ୍ଭ ହେଉଛି ଅଗ୍ନିଶମ ବିଭାଗର ସରପ୍ରାଇଜ ଯାଞ୍ଚ ପ୍ରକ୍ରିୟା ।   "ସୁରକ୍ଷିତ ଓଡିଶା ବିକଶିତ ଓଡିଶା" ଲକ୍ଷ୍ୟ ନେଇ, ଆଜିଠାରୁ ଏକ ମାସ ପର୍ୟ୍ୟନ୍ତ ଚାଲିବ ଅଭିଯାନ ।  ବ୍ୟବସାୟିକ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ ଗୁଡିକରେ ଅଗ୍ନିଶମ ପ୍ରମାଣପତ୍ର ଅଛି କି ନାହିଁ?  ଡାକ୍ତରଖାନା, ଅଫିସ ସମେତ ଯେଉଁ ଅଗ୍ନି ସୁରକ୍ଷା ନିୟମ ରହିଛି, ତାକୁ ପାଳନ କରାଯାଉଛି କି ନାହିଁ? 

ଆବଶ୍ୟକତା ଯାଞ୍ଚ ପରେ, ପ୍ରମାଣପତ୍ର ମିଳୁଛି ସତ ହେଲେ ଏହାକୁ ଅଗ୍ନିସୁରକ୍ଷା  ଆଇନ ଓ ଅଧିନିୟମକୁ ମାନୁ ନଥିବା ଅମାନିଆଙ୍କୁ ଖୋଜି ବାହାର କରିବା ସହ ନୋଟିସ କରିବ ଅଗ୍ନିଶମ ବିଭାଗ ।

 ୧୯୯୩ ମସିହାରେ ଆସିଲା ଅଗ୍ନିଶମ ଆଇନ, ଆଉ  ୨୦୧୭ ମସିହାରେ ଏହାକୁ କାର୍ୟ୍ୟକାରୀ କରାଗଲା । ଉନ୍ନୟନ କତୃପକ୍ଷ, ଏନେଇ ଅଗ୍ନିଶମ ବିଭାଗ ପକ୍ଷରୁ ସାର୍ଟିଫିକେଟ ପାଇବା ପରେ, ଉକ୍ତ ସଂସ୍ଥାକୁ ପ୍ରମାଣପତ୍ର ଦେଉଛନ୍ତି ।  ବିଲଡିଂ ଗୁଡିକ ସେକ୍ସନ ୯(୧) ଅନୁସାରେ ୧୨ ମିଟରରୁ ଅଧିକ ହେଉଥିବା । ଅଣ୍ଡରଗ୍ରାଉଣ୍ଡରେ ପାଣି କେତେ ରହିବ?  କେତୋଟି ସିଢ଼ୀ ରହିବ? ଗ୍ରାଉଣ୍ଡରେ କେତେ କ୍ଲିୟରାନ୍ସ ରହିବ ଏବଂ ବିଲଡିଂ ଚାରିପଟେ କେତେ ସ୍ଥାନ ରହିବ?  ଆବଶ୍ୟକୟ ବ୍ୟବସ୍ଥା ନଥିବା ବା ଅସୁରକ୍ଷିତ ବିଲଡିଂ ଚିହ୍ନଟ କରିଛି ଅଗ୍ନିଶମ ବିଭାଗ ଓ ୨୦୨୬ ମସିହାରେ ୮୨୪ ଟି ବିଲଡିଂ ଅସୁରକ୍ଷିତ ଦର୍ଶାଇ ନୋଟିସ କରାଯାଇଛି  

What's Your Reaction?

like

dislike

love

funny

angry

sad

wow