ଅତ୍ୟନ୍ତ ଚିନ୍ତାଜନକ ଏବେ ମଧ୍ୟପ୍ରାଚ୍ୟ ପରିସ୍ଥିତି
ଅତ୍ୟନ୍ତ ଚିନ୍ତାଜନକ ଏବେ ମଧ୍ୟପ୍ରାଚ୍ୟ ପରିସ୍ଥିତି । ବର୍ତତ୍ମାନ ବିଶାଳ ଆହ୍ୱାନର ସମ୍ମୁଖୀନ ହେଉଛି ଦେଶ। ସାରା ବିଶ୍ୱର ଲୋକମାନେ ଯୁଦ୍ଧ ବନ୍ଦ କରିବା ପାଇଁ କରୁଛନ୍ତି ଅନୁରୋଧ। ଆଜି ଲୋକସଭାରେ ଏଭଳି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଏବଂ ଏହି ଯୁଦ୍ଧ ଉପରେ ଭାରତର ମତ ସ୍ପଷ୍ଟ କରିଛନ୍ତି ପ୍ରଧାନମନ୍ତ୍ରୀ । ସମ୍ପ୍ରତି ହରମୁଜ୍ ପ୍ରଣାଳୀରେ ଫସି ରହିଥିବା ଆମର ଅନେକ ଜାହାଜ ଫେରିଛି ଭାରତକୁ । ଏହି ସଙ୍କଟର ସମୟରେ ଦେଶର ଆଉ ଏକ ପ୍ରସ୍ତୁତି ଅଛି, ଯାହା ପ୍ରମାଣିତ ହେଉଛି ବହୁତ ଉପଯୋଗୀ ଭାବରେ । ପ୍ରଧାନମନ୍ତ୍ରୀ ମୋଦି ଆହୁରି କହିଛନ୍ତି ଯେ , ଦୀର୍ଘସ୍ଥାୟୀ ହୋଇପାରେ ଇରାନ-ଇସ୍ରାଏଲ ଯୁଦ୍ଧର ପ୍ରଭାବ। ଆମେ COVID-19 ସଙ୍କଟ ପାଇଁ ଯେପରି ପ୍ରସ୍ତୁତ ଥିଲୁ, ରହିବାକୁ ପଡିବ ଅନୁରୂପ ଭାବରେ ।
What's Your Reaction?