ଅପରେସନ ସିନ୍ଦୁର ପରେ  ବଦଳିଲା ଚୀନର ସ୍ବର

May 8, 2025 - 12:24
 0  4
ଅପରେସନ ସିନ୍ଦୁର ପରେ  ବଦଳିଲା ଚୀନର ସ୍ବର

ଅପରେସନ ସିନ୍ଦୁର ପରେ  ବଦଳିଛି ଚୀନର ସ୍ବର ।ପହଲଗାମ ଆକ୍ରମଣ ପରେ ଭାରତ-ପାକିସ୍ତାନ ସମ୍ପର୍କରେ ସୃଷ୍ଟି ହୋଇଥିବା ତିକ୍ତତା ଭିତରେ ଲଗାତାର ପାକିସ୍ତାନକୁ ସମର୍ଥନ ଦେଇ ଆସୁଥିଲା ଚୀନ  । ହେଲେ ଏବେ ଚୀନ କହିଛି ଯେ, ଭାରତ-ପାକିସ୍ତାନକୁ ସୀମାରେ ଶାନ୍ତି ଓ ସ୍ଥିରତା ରକ୍ଷା ପାଇଁ ଧ୍ୟାନ ଦେବାକୁ ହେବ । ଅନ୍ତଃରାଷ୍ଟ୍ରୀୟ ସମୁଦାୟଙ୍କ ସହ ମିଶି ଅଶାନ୍ତିକୁ କମ କରିବାକୁ ଉଭୟ ନେଇପାରିବେ ନିର୍ଣ୍ଣାୟକ ଭୂମିକା  । ଚୀନର ବୈଦେଶିକ ମନ୍ତ୍ରାଳୟ କହିଛି ଯେ, ଆମେ ବର୍ତ୍ତମାନର ସ୍ଥିତିକୁ ନେଇ ଚିନ୍ତିତ ଅଛୁ । ଭାରତ-ପାକିସ୍ତାନ ସର୍ବଦା ନିଜ ନିଜର ପଡ଼ୋଶୀ ରହିବେ । ଆଉ ଏହି ଦୁଇ ଦେଶ ଆମର ବି ପଡ଼ୋଶୀ । ଆରମ୍ଭରୁ ଆତଙ୍କବାଦକୁ ବିରୋଧ କରୁଛି ଚୀନ । ଆମେ ଦୁଇ ଦେଶକୁ ସୀମାରେ ଶାନ୍ତି ପ୍ରତିଷ୍ଠା ପାଇଁ ଆଗ୍ରହ ପ୍ରକାଶ କରୁଛୁ। ଆମେ ଭାରତର ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ଦୁଃଖପ୍ରକାଶ କରୁଛୁ ବୋଲି ମଧ୍ୟ କହିଛି ଚୀନ  । 

What's Your Reaction?

like

dislike

love

funny

angry

sad

wow