ଅଭିଷେକଙ୍କ ବିସ୍ଫୋରକ ଶତକ, ଆଫଗାନିସ୍ତାନର ଧୂଳିସାତ୍! ୧୨୭ ରନ୍‌ରେ ଜିତି ୩-୦ରେ ସିରିଜ୍ ଜିତିଲା ଭାରତ

Sep 18, 2026 - 14:29
ଅଭିଷେକଙ୍କ ବିସ୍ଫୋରକ ଶତକ, ଆଫଗାନିସ୍ତାନର ଧୂଳିସାତ୍! ୧୨୭ ରନ୍‌ରେ ଜିତି ୩-୦ରେ ସିରିଜ୍ ଜିତିଲା ଭାରତ

୩୦ ବଲ୍‌ରୁ ଅଭିଷେକଙ୍କ ଦମ୍‌ଦାର ଶତକ, ଭାରତ ୩-୦ରେ ସିରିଜ୍‌ ବିଜୟୀ । ଅଭିଷେକ ଶର୍ମାଙ୍କ ଧୂଆଁଧାର ଶତକ ବଲ୍‌ରେ ଭାରତୀୟ ଦଳ ଆଫଗାନିସ୍ତାନ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ୩-୦ରେ ମୂଳପୋଛ ଭାବେ ଜିତିନେଇଛି । 

 ୩୦ ବଲ୍‌ରୁ ଅଭିଷେକଙ୍କ ଦମ୍‌ଦାର ଶତକ, ଭାରତ ୩-୦ରେ ସିରିଜ୍‌ ବିଜୟୀ । ଅଭିଷେକ ଶର୍ମାଙ୍କ ଧୂଆଁଧାର ଶତକ ବଲ୍‌ରେ ଭାରତୀୟ ଦଳ ଆଫଗାନିସ୍ତାନ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ୩-୦ରେ ମୂଳପୋଛ ଭାବେ ଜିତିନେଇଛି । ଗୁରୁବାର ଖେଳାଯାଇଥିବା ତୃତୀୟ ତଥା ଶେଷ ମ୍ୟାଚ୍‌ରେ ଶ୍ରେୟସ ଆୟରଙ୍କ ଦଳ ୧୨୭ ରନ୍‌ର ବଡ଼ ବିଜୟ ସହ ଏହି ଗୌରବ ଅର୍ଜନ କରିଛି । ଆଫଗାନିସ୍ତାନ ଟସ୍‌ ଜିତି ପ୍ରଥମେ କ୍ଷେତ୍ରରକ୍ଷଣ କରିଥିଲା । ଭାରତ ପାଳିକୁ ପ୍ରଥମରୁ ହିଁ ଗତିଶୀଳ ରଖିଥିଲେ ଅଭିଷେକ ଶର୍ମା ଓ ସଂଜୁ ସାମସନ୍‌ ।

ପ୍ରଥମ ଓଭରରୁ ମାତ୍ର ୫ ରନ୍‌ ଆଦାୟ କରିଥିଲେ ମଧ୍ୟ ପାୱାର ପ୍ଲେ ୬ ଓଭର ସୁଦ୍ଧା ଭାରତ କୌଣସି ୱିକେଟ୍‌ ନହରାଇ ଠିକ୍‌ ୧୦୦ ରନ୍‌ ପୂର୍ଣ୍ଣ କରିଥିଲା । ଅଭିଷେକ ୧୬ ବଲ୍‌ରୁ ୫୦ ଏବଂ ୩୦ ବଲ୍‌ରୁ ଶତକ ପୂର୍ଣ୍ଣ କରିଥିଲେ । ତଥାପି ଦ୍ରୁତତମ ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ ଶତକ ହାସଲରୁ ବଞ୍ଚିତ ହୋଇଥିଲେ । ଅଭିଷେକ-ସଂଜୁ ପ୍ରଥମ ୱିକେଟ୍‌ ପାଇଁ ୯.୫ ଓଭରରେ ୧୪୨ ରନ୍‌ ସଂଗ୍ରହ କରିଥିଲେ । ସଂଜୁ ସାମସନ୍‌ ୩୫ ବଲ୍‌ରୁ ୫୦ ରନ୍‌ ହାସଲ କରିଥିଲେ । ଅଭିଷେକ ୩୪ ବଲ୍‌ରୁ ୧୦୮ ରନ୍‌ କରିଥିଲେ । ତିଳକ ବର୍ମା, ଶ୍ରେୟସ ଆୟର, ଈଶାନ କିଶନ ବ୍ୟାଟଂ ଫଳରେ ଭାରତ ୨୨୧ ରନ୍‌ ସଂଗ୍ରହ କରି ନେଇଥିଲା । ଶେଷକୁ ନୀତୀଶ କୁମାର ରେଡ୍ଡୀ ଓ ରବି ବି‌ଷ୍ଣୋଇ ୩-୩ ୱିକେଟ୍‌ ଅକ୍ତିଆର କରି ଆଫଗାନିସ୍ତାନକୁ ୯୪ ରନ୍‌ରେ ଅଲ୍‌ଆଉଟ୍‌ କରି ଦେଇଥିଲେ । 

What's Your Reaction?

like

dislike

love

funny

angry

sad

wow