ଆଉ ତିନି ବର୍ଷ ବଢ଼ିଲା ହକି ଇଣ୍ଡିଆର ପ୍ରାୟୋଜକ ଅବଧି

Jun 21, 2024 - 18:04
 0  2
ଆଉ ତିନି ବର୍ଷ ବଢ଼ିଲା ହକି ଇଣ୍ଡିଆର ପ୍ରାୟୋଜକ ଅବଧି

ଆଉ ତିନି ବର୍ଷ ବଢ଼ିଲା ହକି ଇଣ୍ଡିଆର ପ୍ରାୟୋଜକ ଅବଧି । ୨୦୩୩ ଯାଏଁ ହକି ଇଣ୍ଡିଆର ପ୍ରାୟୋଜକ ହେବାକୁ ନେଇଥିଲେ ନବୀନ ସରକାର ନିଷ୍ପତ୍ତି ।  ଏହି ଅବଧି ଆଉ ୩ ବର୍ଷ ବଢାଇ ୨୦୩୬ ଯାଏଁ ବୃଦ୍ଧି କରିଛନ୍ତି ନୂଆ ସରକାର । ଫଳରେ ଏବେ ୨୦୩୬ ଯାଏଁ ହକି ଇଣ୍ଡିଆର ପ୍ରାୟୋଜକ ରହିବ ଓଡ଼ିଶା ।ରାଜ୍ୟ ଅତିଥି ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ହକି ଇଣ୍ଡିଆର ସଭାପତି ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ, ମହାସଚିବ ଭୋଳାନାଥ ସିଂ, ମୁଖ୍ୟଶାସନ ସଚିବ ପି.କେ. ଜେନା, କ୍ରୀଡା ସଚିବ ଭିନିଲ କ୍ରିଷ୍ଣା ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଆଲୋଚନା ପରେ ନିଆଯାଇଛି ଏପରି ନିଷ୍ପତ୍ତି ।

What's Your Reaction?

like

dislike

love

funny

angry

sad

wow