ଆଜି ନୂଆଦିଲ୍ଲୀ ଫେରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Aug 24, 2024 - 17:29
 0  10
ଆଜି ନୂଆଦିଲ୍ଲୀ ଫେରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ପୋଲାଣ୍ଡ ଓ ୟୁକ୍ରେନ୍ ଯାତ୍ରା ଶେଷ କରି ଆଜି ନୂଆଦିଲ୍ଲୀ ଫେରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।ମୋଦିଙ୍କର ଏହି ଗସ୍ତରେ ପୋଲାଣ୍ଡ ଓ ୟୁକ୍ରେନ୍ ସହିତ ଦ୍ୱିପାକ୍ଷିକ ପ୍ରସଙ୍ଗ ଉପରେ  ହୋଇଥିଲା ଗୁରୁତ୍ୱପୂର୍ଣ୍ଣ ଆଲୋଚନା। ୟୁକ୍ରେନକୁ ମୋଦିଙ୍କ ଗସ୍ତ ପରେ ଦୀର୍ଘ ଦିନ ଧରି ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ଶେଷ ହେବାର ଆଶା ମଧ୍ୟ ଏବେ ହୋଇଛି ଦୃଢ। ଭାରତ ଏହି ଯୁଦ୍ଧକୁ ଶେଷ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ ବୋଲି କହିଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନ୍‌ସ୍କି ।ଜେଲେନସ୍କିଙ୍କ ସହ ମିଳିତ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ବିବାଦର ସମାଧାନ ପାଇଁ ରୁଷ ସହ ଏକାଠି ବସି ଯୁଦ୍ଧ ଶେଷ କରିବା ଦିଗରେ ଆଲୋଚନା କରିବାକୁ ଜେଲେନସ୍କିଙ୍କୁ ଦେଇଛନ୍ତି ପରାମର୍ଶ। 

What's Your Reaction?

like

dislike

love

funny

angry

sad

wow