ଆସନ୍ତା ୭ ତାରିଖ ଯାଏଁ ତାତିରୁ ମିଳିବ ତ୍ରାହି
ତାତିରୁ ମିଳିଲା ଆଶ୍ୱସ୍ତି । ରାଜ୍ୟର ସବୁଠି ପାଗ ମେଘୁଆ ରହିଛି । ଆଜି ଅଧିକାଂଶ ସ୍ଥାନରେ ୪୦ ଡିଗ୍ରୀ ତଳେ ରହିବ। ପଶ୍ଚିମ ଓଡ଼ିଶା ବହୁ ସ୍ଥାନରେ ତାପମାତ୍ରା ୩୫ରୁ ୩୭ଡିଗ୍ରୀ ପାଖାପାଖି ରହିବ। ଉତ୍ତର, ଦକ୍ଷିଣ ଓ ଉପକୂଳରେ ୩୦ଡିଗ୍ରୀରୁ ୩୩ ଡିଗ୍ରୀ ପାଖାପାଖି ରହି ପାରେ। ଏଭଳି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଦେବଗଡ଼ରେ ୩୬, ବାରିପଦାରେ ୩୬.୮ଡିଗ୍ରୀ, ସୋନପୁରରେ ୩୭.୮, ବରଗଡ଼ରେ ୩୭.୯, ସମ୍ବଲପୁରରେ ୩୮.୨, ନୂଆପଡ଼ାରେ ୩୮.୫ ଓ ସୁନ୍ଦରଗଡ଼ରେ ୩୮.୮ ଡିଗ୍ରୀ ରେକର୍ଡ ହୋଇଛି। ଉତ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାର ବହୁ ସ୍ଥାନରେ ତାତି ୩୦-୩୨ଡିଗ୍ରୀ ପାଖକୁ ଖସି ଆସିଛି। କଟକ ଓ ଭୁବନେଶ୍ୱର ଓ ଗୋପାଳପୁରରେ ଦିନତମାମ ପାଗ ମେଘୁଆ ରହିବ।
What's Your Reaction?