ଆସୁଛି ପଶ୍ଟିମା ଝଡ଼,ଦେଶର ବିଭିନ୍ନ ରାଜ୍ୟରେ ଘଡ଼ଘଡ଼ି ସହ ହେବ ବଜ୍ରପାତ
ଆସୁଛି ପଶ୍ଟିମା ଝଡ଼। ଦେଶର ବିଭିନ୍ନ ରାଜ୍ୟରେ ଘଡ଼ଘଡ଼ି ସହ ବଜ୍ରପାତ ନେଇ ଆଗୁଆ ସତର୍କତା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ଯାତାୟାତ ଏବଂ ବିଦ୍ୟୁତ୍ ଯୋଗାଣ ପ୍ରଭାବିତ ହୋଇପାରେ ବୋଲି ଲୋକଙ୍କୁ ସତର୍କ ରହିବାକୁ ଦିଆଯାଇଛି ପରାମର୍ଶ ।ଆନ୍ଧ୍ର ପ୍ରଦେଶର ପ୍ରକାଶମ, ଗୁଣ୍ଟୁର, କୃଷ୍ଣା, ଏଲୁରୁ ଏବଂ ପଶ୍ଚିମ ଗୋଦାବରୀ ଜିଲ୍ଲା ପାଇଁ ନାଲି ସତର୍କତା ଜାରି କରାଯାଇଥିବାବେଳେ ଓଡ଼ିଶା ସମେତ ଜମ୍ମୁ, ହିମାଚଳ ପ୍ରଦେଶ, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଆନ୍ଧ୍ର ପ୍ରଦେଶ, ମହାରାଷ୍ଟ୍ର ଏବଂ ଗୁଜରାଟ ପାଇଁ ଜାରି କରାଯାଇଛି କମଳା ସତର୍କତା।
What's Your Reaction?