ଇଲେକ୍ସନ୍ କମିସନଙ୍କ 'ବିଏଲଓ ଆପ୍'ରେ 'ମାର୍କ ଭିଆଇପି' ଫିଚରକୁ ନେଇ ଚର୍ଚ୍ଚା

Sep 25, 2026 - 12:09
ଇଲେକ୍ସନ୍ କମିସନଙ୍କ 'ବିଏଲଓ ଆପ୍'ରେ 'ମାର୍କ ଭିଆଇପି' ଫିଚରକୁ ନେଇ ଚର୍ଚ୍ଚା

ଦେଶର ୧୬ଟି ରାଜ୍ୟ ଓ ୩ଟି କେନ୍ଦ୍ରଶାସିତ ଅଞ୍ଚଳରେ ଚାଲିଥିବା ସ୍ୱତନ୍ତ୍ର ସଂଶୋଧନ ପ୍ରକ୍ରିୟା (ଏସଆଇଆର୍) ମଧ୍ୟରେ ଭାରତୀୟ ନିର୍ବାଚନ କମିସନ୍ (ଇସିଆଇ) ବୁଥ୍ ଲେଭଲ୍ ଅଫିସର (ବିଏଲଓ)ଙ୍କ ବ୍ୟବହୃତ ଆପରେ 

 ଦେଶର ୧୬ଟି ରାଜ୍ୟ ଓ ୩ଟି କେନ୍ଦ୍ରଶାସିତ ଅଞ୍ଚଳରେ ଚାଲିଥିବା ସ୍ୱତନ୍ତ୍ର ସଂଶୋଧନ ପ୍ରକ୍ରିୟା (ଏସଆଇଆର୍) ମଧ୍ୟରେ ଭାରତୀୟ ନିର୍ବାଚନ କମିସନ୍ (ଇସିଆଇ) ବୁଥ୍ ଲେଭଲ୍ ଅଫିସର (ବିଏଲଓ)ଙ୍କ ବ୍ୟବହୃତ ଆପରେ 'ମାର୍କ ଭିଆଇପି' ନାମକ ଏକ ନୂଆ ଫିଚର ସାମିଲ କରିଛନ୍ତି। ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ଗତ ଜୁଲାଇ ୩୦ ତାରିଖରେ 'ବିଏଲଓ ଆପ୍'କୁ ଅପଡେଟ୍ କରାଯାଇ ଏହି ସୁବିଧା ଯୋଡ଼ାଯାଇଥିବା ନୂଆଦିଲ୍ଲୀସ୍ଥିତ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି।

 ନିର୍ବାଚନ ଆୟୋଗଙ୍କ ମାନୁଆଲ୍ ଅନୁଯାୟୀ, ସାଂସଦ, ବିଧାୟକ, ବିଚାରପତି, ପ୍ରଶାସନିକ ଅଧିକାରୀ, ସାମ୍ବାଦିକ, କ୍ରୀଡ଼ା ଏବଂ କଳା କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିମାନଙ୍କୁ 'ମାର୍କଡ୍ ଭୋଟର' କିମ୍ବା ଭିଆଇପି ଶ୍ରେଣୀରେ ରଖାଯାଏ। ଏହି ନୂଆ ଫିଚର ଜରିଆରେ ବିଏଲଓମାନେ ସେମାନଙ୍କ ଅଞ୍ଚଳରେ ଥିବା ଭିଆଇପି ଭୋଟରଙ୍କୁ ଚିହ୍ନଟ କରି ସେମାନଙ୍କ ଫର୍ମ ପ୍ରକ୍ରିୟାକରଣକୁ ପ୍ରାଥମିକତା ଦେଇପାରିବେ।

ତେବେ ରାଜଧାନୀ ଦିଲ୍ଲୀରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା, ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ପୂର୍ବତନ ଉପପ୍ରଧାନମନ୍ତ୍ରୀ ଏଲ୍.କେ. ଅଡଭାଣୀ, ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଏବଂ ନିର୍ବାଚନ କମିସନର ଏସ୍.ଏସ୍. ସନ୍ଧୁଙ୍କ ଭଳି ପ୍ରମୁଖ ବ୍ୟକ୍ତିବିଶେଷଙ୍କୁ 'ଲଜିକାଲ୍ ଡିସକ୍ରେପାନସି' (ତଥ୍ୟଗତ ଅସଙ୍ଗତି) ନୋଟିସ୍ ପଠାଯିବା ପରେ ଏହି ଭିଆଇପି ଭୋଟର ପ୍ରସଙ୍ଗକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର୍ ଧରିଛି । 

ଏ ବାବଦରେ ସ୍ପଷ୍ଟୀକରଣ ଦେଇ ନିର୍ବାଚନ ଅଧିକାରୀମାନେ କହିଛନ୍ତି ଯେ, ୨୦୧୮ରୁ ନିର୍ବାଚନ ଆୟୋଗଙ୍କ ନିୟମାବଳୀରେ ଭିଆଇପି ଭୋଟରଙ୍କ ତାଲିକା ରଖିବାର ପ୍ରାବଧାନ ରହିଛି। ଭିଆଇପି ଭୋଟରମାନେ ଗଣନା ଫର୍ମ ପୂରଣ ନକଲେ ମଧ୍ୟ ସେମାନଙ୍କ ନାମ ଖସଡ଼ା ଭୋଟର ତାଲିକାରେ ସାମିଲ କରାଯାଏ, ମାତ୍ର ସେମାନେ ଦାବି ଓ ଆପତ୍ତି ନୋଟିସରୁ ବାଦ୍ ପଡ଼ନ୍ତି ନାହିଁ। କେବଳ ନିର୍ବାଚନ ସମୟରେ ସେମାନଙ୍କୁ ଆବଶ୍ୟକ ସୁବିଧା ଯୋଗାଇଦେବା ଏବଂ ପ୍ରକ୍ରିୟାକୁ ସହଜ କରିବା ପାଇଁ ଆପରେ ଏହି ଫିଚର ସଂଯୋଗ କରାଯାଇଛି। 

What's Your Reaction?

like

dislike

love

funny

angry

sad

wow