ଇସ୍ରାଏଲ୍‌-ଲେବାନନ୍‌ ଯୁଦ୍ଧ ବିରାମ ଉଦ୍ୟମ ବିଫଳ

Sep 27, 2024 - 15:58
 0  2
ଇସ୍ରାଏଲ୍‌-ଲେବାନନ୍‌ ଯୁଦ୍ଧ ବିରାମ ଉଦ୍ୟମ ବିଫଳ

ବିଫଳ ହେଲା ଇସ୍ରାଏଲ୍‌-ଲେବାନନ୍‌ ମଧ୍ୟରେ ଯୁଦ୍ଧ ରୋକିବାକୁ ଚାହୁଁଥିବା ଆମେରିକା ଓ ଫ୍ରାନ୍ସର ସବୁ ଉଦ୍ୟମ । କାରଣ ଯୁଦ୍ଧବିରତି ପ୍ରସ୍ତାବକୁ ଅଗ୍ରାହ୍ୟ କରିଛି ଇସ୍ରାଏଲ । ଏହାଛଡ଼ା ଲେବାନନ୍‌ରେ ଥିବା ହିଜବୁଲ୍ଲା ସଂଗଠନ ଉପରେ ପ୍ରଚଣ୍ଡ ପ୍ରହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତନ୍ୟାହୁ  । ହିଜ୍‌ବୁଲ୍ଲାକୁ ସମ୍ପୂର୍ଣ୍ଣ ନିପାତ ନକରିବା ଯାଏ ଜାରି ରହିବ ସଙ୍ଘର୍ଷ ।  ନେତନ୍ୟାହୁଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ,  ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏଣିକି ସମସ୍ତ  ବଳ ଖଟାଇ ଲେବାନନ୍‌ରେ ଯୁଦ୍ଧ ଜାରି ରଖିବ ସେନା। ଗାଜାରେ ଯେପରି ଇସ୍ରାଏଲୀ ସେନା ପଶି ଧ୍ୱଂସଲୀଳା ରଚିଥିଲେ, ଠିକ୍  ସେହିପରି ଲେବାନନ୍‌ରେ ମଧ୍ଯ ଦେଖିବାକୁ ମିଳିବ ଯୁଦ୍ଧ । 

What's Your Reaction?

like

dislike

love

funny

angry

sad

wow