ଉତ୍ତରପ୍ରଦେଶର ଗୋଣ୍ଡାରେ ଭୟଙ୍କର ଟ୍ରେନ ଦୁର୍ଘଟଣା: ୪ ଜଣଙ୍କ ମୃତ୍ୟୁ

Jul 18, 2024 - 17:51
 0  1
ଉତ୍ତରପ୍ରଦେଶର ଗୋଣ୍ଡାରେ ଭୟଙ୍କର ଟ୍ରେନ ଦୁର୍ଘଟଣା: ୪ ଜଣଙ୍କ ମୃତ୍ୟୁ

ଉତ୍ତରପ୍ରଦେଶ ଗୋଣ୍ଡାରେ ପୁଣି ଏକ ରେଳ ଦୁର୍ଘଟଣା । ଗୋରଖପୁର ଦେଇ ଚଣ୍ଡୀଗଡରୁ ଆସାମର ଦିବ୍ରୁଗଡ ଯାଉଥିବା ଚଣ୍ଡୀଗଡ ଏକ୍ସପ୍ରେସ ହେଇଛି ଲାଇନଚ୍ୟୁତ  । ଫଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଆହତ ହୋଇଛନ୍ତି ୨୦ରୁ ଅଧିକ ଲୋକ । ଆଗକୁ ଆହୁରି ବଢିପାରେ ମୃତ୍ୟୁ ସଂଖ୍ୟା । ଏବେବି ଘଟଣାସ୍ଥଳରେ ଜାରି ରହିଛି ଉଦ୍ଧାର କାର୍ଯ୍ୟ । ସେହିପରି ଦୁର୍ଘଟଣା ସମ୍ପର୍କରେ ଅବଗତ ହୋଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । ଆହତଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି  ଯୋଗୀ ଆଦିତ୍ୟନାଥ । ଏହାସହ ଦୁର୍ଘଟଣାରେ ଆହତ ହୋଇଥିବା ଯାତ୍ରୀଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିସହ ଆହତ ମାନଙ୍କ ପାଇଁ ଜାରି ହୋଇଛି ହେଲପ ଲାଇନ୍ ନମ୍ୱର । ଦୁଇଟି ରେଳ ବାତିଲ ହେବା ସହ ବଦଳିଛି ରୁଟରେ ଆସୁଥିବା ୧୧ଟି ରେଳର ଗତିପଥ ।

What's Your Reaction?

like

dislike

love

funny

angry

sad

wow